ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅମ୍ବାନୀଙ୍କ ପାର୍ଟିରେ ପରଫରମାନ୍ସ କରିବେ ପପ୍‌ଷ୍ଟାର ଶକିରା, ନେବେ ଏତେ କୋଟି ଟଙ୍କା

ମୁମ୍ବାଇ,୩୦।୫: ମାର୍ଚ୍ଚରେ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟଙ୍କ ପ୍ରି-ଓ୍ବେଡି ସେଲିବ୍ରେସନ୍‌ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଏହି ଭବ୍ୟ ସମାରୋହକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ଏବେ ଏହି କପଲଙ୍କର ଇଟାଲୀରେ ଦ୍ୱିତୀୟ ପ୍ରି-ଓ୍ବେଡିଂ ଫଙ୍କସନ୍‌ ପାଇଁ ପ୍ରସ୍ତୁତି ଚାଲିଛି। ଅନନ୍ତ ଅମ୍ବାନୀ ଜୁଲାଇ ୧୨ ରେ ମୁମ୍ବାଇରେ ରାଧିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ଖବର ଆସୁଛି ଯେ ଏହି ଦ୍ବିତୀୟ ପ୍ରି ଓ୍ବେଡିଂରେ ପପ୍‌ଷ୍ଟାର ଶକିରା ପରଫରମାନ୍ସ କରିବାକୁ ଯାଉଛନ୍ତି।  

ଏକ ରିପୋର୍ଟ ଅନୁସାରେ, ଶକିରା ଏହି ପ୍ରିଓ୍ବେଡିଂ ପାର୍ଟି ବେଳେ ଲଗଜରୀ ଫ୍ରେଞ୍ଚ କ୍ରୁଜ୍‌ରେ ନିଜର ଦମଦାର ପ୍ରଦର୍ଶନ କରି ଅତିଥିଙ୍କ ମନୋରଞ୍ଜନ କରିବେ। ଆଶା ରହିଛି ଯେ, ସମୁଦ୍ର ମଝିରେ ଶକିରା ନିଜର ସବୁଠାରୁ ବଡ ଚାଟବଷ୍ଟର୍ସ ଗୀତ ଗାଇବେ ଓ ଏହାକୁ ନୋଇ ସେ ଖୁବ୍ ମୋଟା ଅଙ୍କର ଫି’ ମଧ୍ୟ ନେବେ।

କୁହାଯାଉଛି ଯେ, ଶକିରା ତାଙ୍କର ଏହି ପରଫରମାନ୍ସ ପାଇଁ ୧୦ ରୁ ୧୫ କୋଟି ଟଙ୍କା ନେଇ ପାରନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ, ଭାରତୀୟ ଗାୟକ ଗୁରୁ ରାନ୍ଧଓ୍ବା ଓ ଆମେରିକା ରାପର ପିଟବୁଲ ଚାରିଦିନର ପ୍ରି-ଓ୍ବେଡିରେ ପରଫରମାନ୍ସ କରିବେ। ଗୁରୁବାର ଅନନ୍ତ-ରାଧିକାଙ୍କ ପ୍ରି-ଓ୍ବେଡିଂ ଫଙ୍କସନ୍‌ର ଦ୍ବିତୀୟ ଦିନ, କିନ୍ତୁ ସୋସିଆଲ ମିଡିଆରେ ପାର୍ଟିର କୌଣସି ଫଟୋ କିମ୍ବା ଭିଡିଓ ଦେଖିବାକୁ ମିଳିନି। ଅମ୍ବାନୀ ପରିବାରର କ୍ରୁଜ ପାର୍ଟି ୨୯ ମଇରୁ ଆରମ୍ଭ ହୋଇଥିଲା ଓ ୧ ଜୁନ୍‌ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଅତିଥିମାନେ ଫ୍ରାନ୍ସ ଓ ଇଟାଲି ଗସ୍ତ କରିବେ। କ୍ରୁଜ ସିପ୍‌ରେ ପୂର୍ବରୁ ହିଁ ଥିବା ଲୋକଙ୍କ ଭିତରେ ସଲମାନ ଖାନ୍, ଆଲିଆ ଭଟ୍ଟ, ରଣବୀର କପୁର, ରଣବୀର ସିଂହ, ଅନନ୍ୟା ପାଣ୍ଡୋ, ସାରା ଅଲ୍ଲି ଖାନ୍ ଓ ଅନ୍ୟମାନେ ସାମିଲ ହେବେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.