ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ସିଦ୍ଧୁ ମୁସେୱାଲାଙ୍କ ବାପା ଲଢିପାରନ୍ତି ଲୋକସଭା ନିର୍ବାଚନ, ଭଟିଣ୍ଡାରୁ ଟିକେଟ ଅଫର ଦେଲା କଂଗ୍ରେସ

ଚଣ୍ଡୀଗଡ,୪।୪: ପଞ୍ଜାବରେ ଦୁଇ ଦୁର୍ଦାନ୍ତ ଗ୍ୟାଙ୍ଗ ଭିତରେ ଫଶି ଜୀବନ ହରାଇଥିବା ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ରାଜନୀତିରେ ଓହ୍ଲାଇବେ। ଏହା ପୂର୍ବରୁ ବହୁବାର ରାଜନୀତିରେ ନଆସିବା କଥା କହୁଥିବା ବଲକୌର ସିଂହଙ୍କୁ ଏବେ କଂଗ୍ରେସ ନିର୍ବାଚନ ଲଢିବା ପାଇଁ ମନାଇ ନେଇଛି। କଂଗ୍ରେସ ତାଙ୍କୁ ଭଟିଣ୍ଡା ଆସନରୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଯାଉଛି। ଦୁଇ ମାସ ପୂର୍ବରୁ ମୁସେୱାଲାଙ୍କ ବାପା ରାଜନୀତିରେ ଆସିବା ନେଇ ସଙ୍କେତ ଦେଇଥିଲେ। ସେ କହିଥିଲେ, ଆମେ ରାଜନୀତି କାହିଁକି କରିବୁନି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟାର ଉଦାହରଣ ଦେଇ କହିଥିଲେ, ତାଙ୍କ ନାତି ସାଂସଦ ହେବାପରେ ହତ୍ୟାକାରୀଙ୍କୁ ସଜା ଦେଇଥିଲେ।

ବଲକୌର ସିଂହ ରଭନୀତ ସିଂହ ବିଟ୍ଟୁଙ୍କ  ଉଦାହରଣ ଦେଇ କହିଥିଲେ ଏଭଳି ଯଦି ସେ ନ୍ୟାୟ ପାଇଁ କରନ୍ତି ତେବେ ଏଥିରେ କୌଣସି ଭୁଲ କଥା ନାହିଁ। ରଭନୀତ ସିଂହ ବିଟ୍ଟୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ଓ ଲୁଧିୟାନାରୁ ସାଂସଦ ଅଛନ୍ତି। ଏବେ ସେ ବିଜେପିର ହାତ ଧରିଛନ୍ତି ଓ ତାଙ୍କୁ ଟିକେଟ ଦେଇ ଏଥର ମୈଦାନରୁ ଓହ୍ଲାଇବେ। ବଲକୌର ସିଂହଙ୍କୁ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଅଫର କରିସାରିଛି, କିନ୍ତୁ ସେତେବେଳେ ସେ ରାଜନୀତିରେ ଆସିବାକୁ ମନା କରିଦେଇଥିଲେ। ସେ କହିଥିଲେ ମୁସେଓ୍ବାଲାଙ୍କ ପ୍ରଶଂସକଙ୍କ ସହ କଥା ହେବି।

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା କହିସାରିଛନ୍ତି ଯେ, ବଲକୌର ସିଂହ ନିର୍ବାଚନ ଲଢିବାକୁ ଚାହାନ୍ତି ତେବେ କଂଗ୍ରେସ ତାଙ୍କୁ ଟିକେଟ ଦେବାକୁ ପ୍ରସ୍ତୁତ। ସିଦ୍ଧୁ ମୁସେଓ୍ବାଲା ନିଜେ ୨୦୨୨ ରେ କଂଗ୍ରେସର ଟିକେଟରୁ ନିର୍ବାଚନ ଲଢୁଥିଲେ, ତେବେ ସେ ନିର୍ବାଚନ ହାରି ଯାଇଥିଲେ। କଂଗ୍ରେସ ଯଦି ବଲକୌର ସିଂହଙ୍କୁ ଲୋକସଭା ନିର୍ବାଚନ ପାଇଁ ଭଟିଣ୍ଡାରୁ ନିର୍ବାଚନ ମୈଦାନରୁ ଓହ୍ଲାଇବ ତେବେ ଏଠାରେ ଲଢେଇ ଖୁବ୍ ଜୋରଦାର ହେବ। ଭଟିଣ୍ଡା ଅକାଳୀ ଦଳର ଗଡ ଓ ଏଠାରୁ ହରସିମରନ୍ କୋର ବାଦଲ ସାଂସଦ ଅଛନ୍ତି। ଅକାଳୀ ଦଳ ଏଥର ତାଙ୍କୁ ଟିକେଟ ଦେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.