ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଗୁରୁବାରଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ୧୨୦ ଦିନରେ ଶେଷ ହେବ

କଟକ,୧୬/୧୧: ଗୁରୁବାରଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି  କାମ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ  ସବୁପ୍ରକାର ସହଯୋଗ ଯୋଗାଇଦେବ । ଅଭିଷେକ  ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏବଂ  ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ  ଗଠିତ ଖଣ୍ଡପୀଠ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ  ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳରେ  ୨୦୧୭ରୁ ପଡ଼ି ରହିଥିବା ନାଟମଣ୍ଡପ ମରାମତି  କାମ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । 

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ମରାମତି  କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ପ୍ରତି ୧୫ଦିନରେ  ଆମିକସ୍‌କ୍ୟୁରୀ ଏକ ରିପୋର୍ଟ ଅଦାଲତରେ  ଦାଖଲ କରିବେ । ପ୍ରତିଦିନ ୬ ଘଣ୍ଟା ହିସାବରେ  ୧୨୦ ଦିନରେ ଏହି ମରାମତି ଶେଷ କରିବାକୁ  ହାଇକୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ  ସଂସ୍ଥା(ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି ।  ଡିସେମ୍ବର ୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।

ନାଟମଣ୍ଡପ ମରାମତି ମାମଲାରେ ବୁଧବାର  ଏଏସ୍‌ଆଇର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍‌ ଦିବିସଦ୍ଧା  ବ୍ରଜସୁନ୍ଦର ଗଡ଼ନାୟକ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠରେ  ଦର୍ଶାଯାଇଥିଲା ଯେ ନାଟମଣ୍ଡପକୁ ଅଧିକ ଶକ୍ତିଶାଳୀ  କରିବା ଲାଗି ଏକ ନୂତନ ଡିଜାଇନ୍‌ ଆସିଛି ।  ଏହି ପ୍ରସ୍ତାବ ଏଏସ୍‌ଆଇ କୋର୍‌ କମିଟି ପକ୍ଷରୁ  ଦିଆଯାଇଛି । ଅପରପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ, ଏଏସ୍‌ଆଇ, ଆମିକସ୍‌କ୍ୟୁରୀ ଏବଂ  ପୂର୍ତ୍ତ ବିଭାଗ ଇଞ୍ଜିନିୟର୍‌ ଇନ୍‌-ଚିଫ୍‌ ଏନ୍‌.ସି.  ପାଲ୍‌ ପ୍ରମୁଖଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଥିଲା । ଯେଉଁଥିରେ ଆସନ୍ତା ୨୦୨୪ ଜାନୁଆରୀ  ୨୦ ତାରିଖରୁ ନାଟମଣ୍ଡପର ମରାମତି କାର୍ଯ୍ୟ  ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।  

ସତ୍ୟପାଠରେ ଯେଉଁ ସମୟ ଲୋଡ଼ାଯାଇଥିଲା  ତାହାକୁ ଅଦାଲତ ଅଗ୍ରାହ୍ୟ କରିଥିଲେ । ନାଟମଣ୍ଡପ  ମରାମତି ପାଇଁ ଏତେ ସମୟ ଦିଆଯାଇ ପାରିବ  ନାହିଁ ବୋଲି ହାଇକୋର୍ଟ କହିଥିଲେ । ଗୋଟେ ପଟେ  ମନ୍ଦିର ପରିକ୍ରମା କାର୍ଯ୍ୟ ଏବଂ ଅନ୍ୟପଟେ କାର୍ତ୍ତିକ  ମାସ ଥିବାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ବିଳମ୍ବ  ହେଉଛି ବୋଲି ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଥିଲା ।  କିନ୍ତୁ ହାଇକୋର୍ଟ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମତାମତ ଲୋଡ଼ିଥିଲେ । ଯେ  କୌଣସି ସମୟରେ କାମ ଆରମ୍ଭ ହେଲେ ଶ୍ରୀମନ୍ଦିର  ପ୍ରଶାସନ ସବୁପ୍ରକାର ସହଯୋଗ ଯୋଗାଇ ଦେବ  ବୋଲି କୁହାଯାଇଥିଲା । ଫଳରେ ହାଇକୋର୍ଟ ଗୁରୁବାରଠାରୁ ନାଟମଣ୍ଡପ ମରାମତି କାମ ଆରମ୍ଭ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ  ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର,  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ସୁବ୍ରତ  ଶତପଥୀ ମାମଲା ପରିଚାଳନା କରୁଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.