ନୂଆଦିଲ୍ଲୀ,୨୬।୯: ରାତିର ଅନ୍ଧକାରରେ ଆକାଶରେ ତାରା ଦେଖିବାକୁ ଖୁବ୍ ସୁନ୍ଦର ଲାଗେ। ବହୁ ଲୋକ ରାତିରେ ଶୋଇବା ପୂର୍ବରୁ ଏହାକୁ ଦେଖିବାକୁ ଭଲ ପାଆନ୍ତି। କିନ୍ତୁ ନିକଟରେ ଏହି ତାରାକୁ ନେଇ ହୋଇଥିବା ରିସର୍ଚ୍ଚ ଖୁବ୍ ଆଶ୍ଚର୍ଯ୍ୟଜନକ। ବୈଜ୍ଞାନିକମାନେ କିଛି ତାରାର ସନ୍ଧାନ କରିଛନ୍ତି, ଯାହାକି ନିଜ ଗ୍ରହକୁ ଗିଳିବାର ପ୍ରବୃତ୍ତି ରଖିଛନ୍ତି। ଏହି ରିସର୍ଚ୍ଚ ବ୍ରହ୍ମାଣ୍ଡରେ ତାରା ଓ ଗ୍ରହ ମଧ୍ୟରେ ଥିବା ଜଟିଳ ସମ୍ପର୍କକୁ ବୁଝିବାରେ ସାହାଯ୍ୟ କରିଥାଏ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି କ’ଣ ପୃଥିବୀକୁ ମଧ୍ୟ ଏଭଳି କୌଣସି ପ୍ରକାର ବିପଦର ସାମନା କରିବାକୁ ପଡିପାରେ ?
ରିସର୍ଚ୍ଚରୁ ଜଣାପଡିଛି ଯେ, ଯେତେବେଳେ ଏକ ତାରା ନିଜ ଜୀବନର ଶେଷ ପର୍ଯ୍ୟାୟରେ ପହଁଞ୍ଚେ, ସେଥିରେ ବହୁ ମାତ୍ରାରେ ଇନ୍ଧନ ଶେଷ ହୋଇଯାଏ। ଏଭଳି ସ୍ଥିତିରେ ତାରା ସଙ୍କୁଚିତ ହୋଇ ଯାଇଥାଏ। ଏହାର ତାପମାତ୍ରା ବଢିଥାଏ। ଏହି ସମୟରେ ତାରା ନିଜର ବାହ୍ୟ ଆସ୍ତରଣରୁ ମହାକାଶରେ ବ୍ୟାପି ଯାଇଥାଏ। ଏକ ବିଶାଳକାୟ ଲାଲ ଦାନବରେ ପରିଣିତ ହୋଇଯାଇଥାଏ। ଏହି ପକ୍ରିୟାରେ ତାରାର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ବଢିଯାଏ। ଏହାର କାରଣ ହେଉଛି ତା ଆଖପାଖରେ ଥିବା ଗ୍ରହ ତା’ ଆଡକୁ ଟାଣି ହୋଇଥାଏ ଓ ତାରା ଭିତରେ ପଶି ଯାଇଥାନ୍ତି।
ଏବେ ପ୍ରଶ୍ନ ଉଠୁଛି କ’ଣ ଆମର ସୂର୍ଯ୍ୟ ମଧ୍ୟ ଦିନେ ପୃଥିବୀକୁ ଗିଳିଦେବ ? ବୈଜ୍ଞାନିକଙ୍କ କହିବା ଅନୁସାରେ, ସୂର୍ଯ୍ୟଙ୍କ ଜୀବନ ଚକ୍ର ଆଧାରରେ ଏହା ସମ୍ଭବ। ସୂର୍ଯ୍ୟ ଏବେ ନିଜର ମଧ୍ୟବର୍ତ୍ତୀ ଜୀବନରେ ଅଛନ୍ତି। ଆଗାମୀ ୫ ଅରବ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିବେ, କିନ୍ତୁ ଏହାପରେ ଏକ ଲାଲ ଦାନବ ପାଲଟି ଯିବ। ନିଜର ବାହ୍ୟ ଆସ୍ତରଣକୁ ବ୍ୟାପକ କରିଦେବ।