ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାବତ ମା’ ରାଗିଲେ ତ ଘରୁ ପଳାଇଲା ପୁଅ, ୨୨ବର୍ଷ ପରେ ଯୋଗୀ ବେଶ ନେଇ ଫେରିଲା

ଅମେଠୀ,୫/୨ : ଉତ୍ତରପ୍ରଦେଶର ଅମେଠୀରେ ୨୨ବର୍ଷ ପୂର୍ବେ ଘରୁ ନିଖୋଜ ହୋଇଯାଇଥିବା ଯୁବକ ଯୋଗୀ ବେଶରେ ଘରେ ପହଞ୍ଚିଲେ ତ ପରିବାର ଲୋକେ ଭାବୁକ ହୋଇଗଲେ । ସେମାନେ କାନ୍ଦିବାକୁ ଲାଗିଲେ । ତାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଯୁବକ ଯୋଗୀ ବେଶରେ ସାରଙ୍ଗୀ ବଜାଇ ଭଜନ କୀର୍ତ୍ତନ ଗାଉଛନ୍ତି । ନିକଟରେ ବହୁ ଲୋକ ଉପସ୍ଥିତ ଥିଲେ । ଘର ଲୋକଙ୍କ ଅଟକାଇବା ପରେ ବି ଯୋଗୀ ପୁଅ ରହିନଥିଲେ । ସେ ନିଜ ଯାତ୍ରାରେ ଆଗକୁ ବଢି ଯାଇଥିଲେ ।

ପ୍ରକାଶ ଯେ, ସମ୍ପୂର୍ଣ୍ଣ ମାମଲା ଜାୟସ ଥାନା ଅଞ୍ଚଳରେ ଖରୋଲୀ ଗାଁର ଅଟେ । ଯେଉଁଠାରେ ରହୁଥିବା ରତିପାଲ ସିଂହ ନିଜ ପ୍ରଥମ ସ୍ତ୍ରୀ ଏବଂ ଜଣେ ଯୁବକଙ୍କ ସହ ଦିଲ୍ଲୀରେ ରହୁଥିଲେ । ଏହା ମଧ୍ୟରେ ତାଙ୍କର ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ଭାନୁମତିଙ୍କୁ ଦ୍ବିତୀୟ ବିବାହ କରି ନେଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ରତିପାଲ ପ୍ରଥମ ସ୍ତ୍ରୀଙ୍କ ପୁଅ, ଭାନୁମତି ଏବଂ ତାଙ୍କ ଝିଅ ସହ ରହୁଥିଲେ ।

କିନ୍ତୁ ୨୦୦୨ରେ ରତିପାଲଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ପିଙ୍କୁ ସିଂହ ଘର ଛାଡ଼ି ଗାୟବ ହୋଇଯାଇଥିଲେ । ଗାୟବ ହେବା ପୂର୍ବରୁ କଞ୍ଚା ଗୋଲୀ ଖେଳିବା ଜିଦିରେ ରତିପାଲ ତାଙ୍କୁ ମାରିବା ସହ ଗାଳି ଦେଇଥିଲେ । ଏହାପରେ ତାଙ୍କ ସାବତ ମା’ବି ତାଙ୍କୁ ମାରିଥିଲେ । ଯାହା ପରେ ଆହତ ହୋଇ ପିଙ୍କୁ ଘର ଛାଡ଼ି ଦେଇଥିଲେ । ସେତେବେଳେ ତାଙ୍କ ବୟସ ୧୧ବର୍ଷ ଥିଲା । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ଠିକଣା ମିଳିନଥିଲା ।

ଏହି ଘଟଣାର ପ୍ରାୟ ୨୨ବର୍ଷ ପରେ ରତିପାଲଙ୍କ ଗାୟବ ହୋଇଥିବା ପୁଅ ପିଙ୍କୁ ଗତ ସପ୍ତାହରେ ନିଜ ଘରେ ପହଞ୍ଚିଥିଲେ ତ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ । ସେ ଯୋଗୀ ବେଶରେ ଥିଲେ । ପ୍ରଥମେ ସେ ପୂରା ଗାଁର ପରିକ୍ରମା କରିଥିଲେ ପରେ ନିଜ ଘରେ ପହଞ୍ଚିଥିଲେ । ଯାହା ପରେ ପରିବାର ଲୋକଙ୍କ ଦ୍ବାରା ଦିଲ୍ଲୀରେ ରହୁଥିବା ପୁଅ ଏବଂ ସାବତ ମା’କୁ ସୂଚନା ଦିଆଯାଇଥିଲା ତ ସେମାନେ ବି ଘରକୁ ଆସିଥିଲେ ।

ସେ ପିଙ୍କୁଙ୍କ ଦେହରେ ଲାଗିଥିବା ଆଘାତ ଦ୍ବାରା ତାଙ୍କୁ ଚିହ୍ନଟ କରି ନେଇଥିଲେ । ପୁଅକୁ ଯୋଗୀ ବେଶରେ ଦେଖିବା ସହ ସୁସ୍ଥ ଭାବେ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ପରିବାର ଲୋକେ କାନ୍ଦିବାକୁ ଲାଗିଥିଲେ । ସେ ପିଙ୍କୁଙ୍କୁ ଘରେ ରହିବାକୁ ନିବେଦନ କରିଥିଲେ କିନ୍ତୁ ସେ ମନା କରିଥିଲେ । ପିଙ୍କୁ ଭିକ୍ଷା ନେଇ ସେଠାରୁ ଚାଲିଯାଇଥିଲେ ।

୨୨ବର୍ଷ ପରେ ଯୋଗୀ ହୋଇ ଘରକୁ ଫେରିଥିବା ପିଙ୍କୁ ସିଂହ ପରିବାର ଏବଂ ଗାଁ ଲୋକଙ୍କୁ ମାର୍ମିକ ଗୀତ ଶୁଣାଇଥିଲେ ତ ସେମାନେ କାନ୍ଦିବାକୁ ଲାଗିଥିଲେ । ଭିଡ଼ିଓରେ ପିଙ୍କୁଙ୍କ ପାଖରେ ବସି ତାଙ୍କ ମା‘ କାନ୍ଦିବାକୁ ଲାଗିଥିଲେ । ନିକଟରେ ବହୁ ଲୋକ ବି ଜମା ହୋଇଯାଇଥିଲେ । ଭାବୁକ କରିଦେବା ଭଳି ଏହି ଭିଡ଼ିଓ ବହୁ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.