ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦୁଇରୁ ଅଧିକ ସନ୍ତାନ ଥିଲେ ରାଜସ୍ଥାନ ପୋଲିସରେ ମିଳିବନି ଚାକିରୀ: ସୁପ୍ରିମକୋର୍ଟ

Published By : Prameya | February 29, 2024 5:46 PM

ନୂଆଦିଲ୍ଲୀ: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ବିବେଚିତ ହେବେ ବ୍ୟକ୍ତି । ଏଭଳି ଏକ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଯେ, ଏହା ଅସାମ୍ବିଧାନିକ ନୁହେଁ । ଏଥିରେ ସମ୍ବିଧାନର ଉଲଂଘନ ହୋଇନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ରାଜସ୍ଥାନ ସରକାରଙ୍କ ଦୁଇ ଶିଶୁଥିବା ନିୟମକୁ ସୁପ୍ରିମକୋର୍ଟ ଅନୁମୋଦନ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଚାକିରି ଦେବାକୁ ମନା କରିବା ଭେଦଭାବ ନୁହେଁ । କୁହାଯାଉଛି ଯେ ରାଜସ୍ଥାନ ସରକାରଙ୍କ ଏହି ବ୍ୟବସ୍ଥା ପଛରେ ପରିବାର ଯୋଜନାକୁ ପ୍ରୋତ୍ସାହିତ କରିବା।

ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ନିୟମ ନୀତି ପରିସରକୁ ଆସିଛି। ତେଣୁ ଏଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ନିଷ୍ପତ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥଙ୍କ ବେଞ୍ଚ ଦ୍ୱାରା ଦିଆଯାଇଛି । ଲାଇଭ ଲ ର ଏକ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ବେଞ୍ଚ ଅକ୍ଟୋବର ୧୨, ୨୦୨୨ ର ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । 

ସୂଚନାଥାଉକି,ରାମଜୀ ଲାଲ ଜଟ ରାଜସ୍ଥାନ ପୋଲିସରେ କନଷ୍ଟେବଳ ପଦ ପାଇଁ ଆବେଦନ କରିଥିଲେ, କିନ୍ତୁ ଜୁନ୍ ୧, ୨୦୦୨ ପରେ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିବାରୁ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ବାସ୍ତବରେ, ଜାନୁଆରୀ ୩୧, ୨୦୧୭ ରେ ସେନାବାହିନୀରୁ ଅବସର ନେବା ପରେ ରାମଜୀ ଲାଲ ଜାଟ ୨୫ ମେ ୨୦୧୮ ରେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ପଦ ପାଇଁ ଆବେଦନ କରିଥିଲେ । ରାଜସ୍ଥାନ ପୋଲିସ୍ ସବୋର୍ଡେଟ୍ ସର୍ଭିସେସ୍ ନିୟମ, 1989 ର ନିୟମ 24 (4) ଅନୁଯାୟୀ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଯେ ଜୁନ୍ ୧, ୨୦୦୨ ପରେ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିବାରୁ ସେ ସରକାରୀ ଚାକିରୀ ପାଇବାକୁ ଯୋଗ୍ୟ ନୁହଁନ୍ତି ।

 



 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.