ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଜସ୍ୱୀ ଯାଦବଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ, ଗୁଜରାଟୀଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ୫।୨: ଗୁଜରାଟୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫଶିଲେ ଆରଜେଡି ଦଳର ନେତା ତେଜସ୍ୱୀ ଯାଦବ। ବିବାଦ ବଢିବା କାରଣରୁ ଏବେ କ୍ଷମା ମାଗିଛନ୍ତି। କୁହାଯାଉଛି ଯେ, ଏ ନେଇ ସେ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହା ପୂର୍ବରୁ ତେଜସ୍ୱୀ ମାମଲାକୁ ଗୁଜରାଟର ବାହାରେ ନୂଆଦିଲ୍ଲୀକୁ ପଠାଇବାର ଆବେଦନ ଦାଖଲ କରିଥିଲେ, ଯାହାକୁ ନେଇ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ତେଜସ୍ୱୀ କହିଥିଲେ,‘କେବଳ ଗୁଜରାଟୀ ହିଁ ଠକ ହୋଇପାରନ୍ତି’ । ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସେ ଅପରାଧିକ ମାନହାନୀ ମାମଲାର ସାମନା କରୁଛନ୍ତି। ଏହି ମାମଲାକୁ ସେ ବିଶେଷ ଭାବରେ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାର ଅନୁରୋଧ କରିଛନ୍ତି। ବିଚାରପତି ଏଏସ୍ ଓକା ଓ ନ୍ୟାୟମୂର୍ତ୍ତୀ ଉଜ୍ବଳ ଭୁଇଁଆଙ୍କ ଖଣ୍ଡପୀଠ ତେଜସ୍ୱୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ତାଜା ବୟାନକୁ ମଧ୍ୟ ରୁଜୁ କରିଛନ୍ତି।

ତେଜସ୍ୱୀ ଗତ ବର୍ଷ ମାର୍ଚ୍ଚରେ କହିଥିଲେ, ଏବେର ପରିସ୍ଥିତିରେ କେବଳ ଗୁଜରାଟୀ ହିଁ ଠକ ହୋଇପାରନ୍ତି ଓ ତାଙ୍କର ଠକେଇକୁ କ୍ଷମା କରି ଦିଆଯାଉଛି।’  ଏହି ବୟାନ ବିରୋଧରେ ଗୁଜରାଟର ହରିଶ ମେହେତା ନାମକ ଜଣେ ବ୍ୟକ୍ତି ତେଜସ୍ୱୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ମେହେତା କହିଥିଲେ ତେଜସ୍ୱୀଙ୍କ ବୟାନ ଦ୍ବାରା ଗୁଜରାଟୀଙ୍କ ମାନହାନୀ ହୋଇଛି। ଏହି ମାମଲାର ଶୁଣାଣି ଅହମ୍ମଦାବାଦ କୋର୍ଟରେ ଚାଲିଥିଲା। ଯାହା ଉପରେ ତେଜସ୍ବୀ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ମାମଲାର ଶୁଣାଣି ଗୁଜରାଟ ବାହାରକୁ ଟ୍ରାନ୍ସଫର କରିବାର ଦାବି କରିଥିଲେ। ଖବର ରହିଛି ଯେ, ପ୍ରଥମେ ଦାଖଲ ହୋଇଥିବା ସତ୍ୟପାଠ ଉପରେ ଅଭିଯୋଗକାରୀ ନିଜର ଆପତ୍ତି ପ୍ରକାଶ କରିଥିଲେ, ଏହାପରେ କୋର୍ଟଙ୍କ ପକ୍ଷରୁ ତେଜସ୍ବୀ ଯାଦବଙ୍କୁ ଏକ ସପ୍ତାହ ଭିତରେ ନୂଆ ବୟାନ ଦାଖଲ କରିବାକୁ ନିର୍ଦେଶ ଜାରି କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.