ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ: ଆଜି ସୁପ୍ରିମକୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି

Image source: Jagran

ନୂଆଦିଲ୍ଲୀ,୧୩/୦୫: ଜମି ଦୁର୍ନୀତି ସହ  ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ)ର ଗିରଫଦାରିକୁ ବିରୋଧ କରି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କରିଥିବା ପିଟିସନ ଉପରେ ସୋମବାର ସୁପ୍ରିମକୋର୍ଟ  ଶୁଣାଣି କରିବେ ।ବିଚାରପତି ସଞ୍ଜିବ  ଖାନ୍ନା ଓ ବିଚାରପତି  ଦିପଙ୍କର ଗୁପ୍ତାଙ୍କୁ ନେଇ ଗଠିତ  ଖଣ୍ଡପୀଠ ମାମଲାର ଶୁଣାଣି କରିବା ଲାଗି  ଦିନଧାର୍ଯ୍ୟ କରିଛନ୍ତି । 

ଗିରଫଦାରି ବିରୋଧରେ  ହେମନ୍ତ କରିଥିବା ଆବେଦନକୁ ଗତ ୩ ତାରିଖରେ  ହାଇକୋର୍ଟ ଖାରଜ କରିଦେବାରୁ ତାକୁ ସେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ଏଥିସହ ଏହି  ମାମଲାରେ ସର୍ବୋଚ୍ଚ ଅଦାଲତ ରାୟ ଦେବା ପୂର୍ବରୁ  ତାଙ୍କୁ ଲୋକସଭା ନିର୍ବାଚନ ଲାଗି ପ୍ରଚାର ଅନୁମତି  ଦେବାକୁ ହେମନ୍ତ ଅନୁରୋଧ କରିଛନ୍ତି । ଗତ  ଜାନୁଆରୀ ୩୧ ତାରିଖରେ ଇଡି ହେମନ୍ତଙ୍କୁ ଗିରଫ  କରିଥିଲା । ତେବେ ଏହା ପୂର୍ବରୁ ସେ ରାଜ୍ୟପାଳଙ୍କୁ  ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ଏବଂ ରାଜ୍ୟର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ  ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ  ରାଞ୍ଚିର ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.