ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଇପିଏଲ୍‌ ଆରମ୍ଭ ହେବାଠୁ ଜିତି ପାରିନି ବିଶ୍ୱକପ୍, ଟ୍ରଫି ପ୍ରତୀକ୍ଷାର ଅନ୍ତଃ ଘଟାଇବ କି ଭାରତ?

ନୂଆଦିଲ୍ଲୀ,୨୪/୦୫: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ (୨୦୦୭)  ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । ୨୦୦୮ରୁ  ଆରମ୍ଭ ହୋଇଥିଲା ଆଇପିଏଲ । ବର୍ଷକୁ ବର୍ଷ ଏହାର ଲୋକପ୍ରିୟତା  ସାରା ବିଶ୍ୱରେ ବଢ଼ି ବଢ଼ି ଚାଲିଛି । କିନ୍ତୁ ଆଇପିଏଲ ଆରମ୍ଭ ହେବା  ପରେ ଭାରତ ଆଉ ଟ୍ରଫି ଜିତିବାରେ ସଫଳ ହୋଇ ପାରିନି ।  ଏଥର ଏହି ପ୍ରତୀକ୍ଷାର ଅନ୍ତ ଘଟିବ କି? ଏହା ଏବେ ବଡ଼ ପ୍ରଶ୍ନ । 

ଦକ୍ଷିଣ ଆଫ୍ରିକାରେ ଭାରତ ବିଶ୍ୱକପ୍‌ ଟ୍ରଫି ଜିତିବାର  ସୌଭାଗ୍ୟ ଲାଭ କରିଥିଲା । ପୁଣି ୨୦୧୪ରେ ବାଂଲାଦେଶରେ  ଦ୍ୱିତୀୟ ସୁଯୋଗ ଆସିଥିଲେ ବି ତାହା ହାତଛଡ଼ା ହୋଇଥିଲା ।  ଫାଇନାଲରେ ଶ୍ରୀଲଙ୍କାଠୁ ପରାଜିତ ହୋଇଥିଲା ।  ଏହାପରେ ୩ଟି ସଂସ୍କରଣ ଶେଷ ହୋଇଥିଲେ ବି  ଫାଇନାଲକୁ ଉନ୍ନୀତ ହୋଇପାରି ନାହିଁ ଭାରତ । 

ରୋହିତଙ୍କ ନେତୃତ୍ୱକୁ ନେଇ ଆଶା

 ୨୦୨୨ ବିଶ୍ୱକପ୍‌ର ସେମି ଫାଇନାଲରେ  ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ଭାରତୀୟ  ଦଳର ଅଭିଯାନ ଶେଷ ହୋଇଥିଲା । ଏହାପରଠୁ  ରୋହିତ ଓ ବିରାଟ କୋହଲି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଦୂରେଇ  ରହିଥିଲେ । ଆଶା କରାଯାଉଥିଲା, ହୁଏତ ଉଭୟ ୨୦୨୪  ବିଶ୍ୱକପ୍‌ରେ ଅନୁପସ୍ଥିତ ରହିବେ । କିନ୍ତୁ ଗତ ଦିନିକିଆ ବିଶ୍ୱକପ୍‌  ପରେ ବିସିସିଆଇ ଅନୁଭବ କରିଥିଲା ଯେ ଆଗାମୀ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ରୋହିତଙ୍କ ନେତୃତ୍ୱର ଆବଶ୍ୟକତା  ରହିଛି । ତେଣୁ ବହୁ ପୂର୍ବରୁ ହିଁ ବିସିସିଆଇ ରୋହିତଙ୍କୁ  ବିଶ୍ୱକପ୍‌ର ଅଧିନାୟକ ଭାବେ ଘୋଷଣା କରିଥିଲା । 

କେବଳ ବିସିସିଆଇ ନୁହେଁ, ପ୍ରଶଂସକଙ୍କର  ମଧ୍ୟ ରୋହିତଙ୍କ ନେତୃତ୍ୱ ଉପରେ ଭରସା  ରହିଛି । ସେ ଏଥର ପ୍ରତୀକ୍ଷାର ଅନ୍ତ ଘଟାଇବେ  ଏବଂ ବିଶ୍ୱକପ୍‌ ଟ୍ରଫି ଧରି ସ୍ୱଦେଶ ଫେରିବେ ।  ତାଙ୍କ ନେତୃତ୍ୱରେ ଗତ ଦିନିକିଆ ବିଶ୍ୱକପ୍‌ରେ ଭାରତ  ଫାଇନାଲରେ ପ୍ରବେଶ କରି ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା । 

ଚର୍ଚ୍ଚାରେ କୋହଲିଙ୍କ ଫର୍ମ

ବିରାଟ କୋହଲି ବିଶ୍ୱ କ୍ରିକେଟରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବ୍ୟାଟର ।  ଏଥର ଆଇପିଏଲରେ ନିଜ ଫର୍ମକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।  ପ୍ଲେ ଅଫ୍‌ ପର୍ଯ୍ୟନ୍ତ ସେ ୧୫ ମ୍ୟାଚ୍‌ ଖେଳି ୭୪୧ ରନ୍‌ କରିଛନ୍ତି ।  ଯେଉଁଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।  

ଯଦିଓ ମଧ୍ୟଭାଗରେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌କୁ ନେଇ  ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ କିନ୍ତୁ ସେ ପରେ ଏହାର  ଜବାବ ବ୍ୟାଟରେ (୧୫୪.୬୯) ଦେଇଥିଲେ । ତାଙ୍କ ଫର୍ମ ହିଁ  ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରମୁଖ ଶକ୍ତି ପାଲଟିଛି । ୨୦୧୨  ବିଶ୍ୱକପ୍‌ରେ ଭେଟେରାନ କୋହଲି ପଦାର୍ପଣ କରିଥିଲେ । ଏ  ପର୍ଯ୍ୟନ୍ତ ସେ ୨୭ଟି ମ୍ୟାଚ୍‌ରୁ ୧୧୪୧ ରନ୍‌ (ଆଭରେଜ ୮୧.୫୦,  ଷ୍ଟ୍ରାଇକରେଟ୍‌ ୧୩୧.୩୦) କରିଛନ୍ତି । ଅଧିନାୟକ ରୋହିତ ୩୯  ମ୍ୟାଚ୍‌ରୁ ୯୬୩ (ଷ୍ଟ୍ରାଇକରେଟ୍‌ ୧୨୭.୮୮) ରନ୍‌ କରିଛନ୍ତି । ସେ  ଆଇପିଏଲରେ ଏଥର ୧୪ ମ୍ୟାଚ୍‌ରୁ ୪୧୭ ରନ୍‌ କରିଥିଲେ ।  

ଏହି ଦୁଇ ଭରସାଯୋଗ୍ୟ ଭେଟେରାନ ବ୍ୟାଟର ଯଦି ଫର୍ମରେ  ରହିବେ, ତେବେ ସେମାନଙ୍କୁ ଅଟକାଇବା ଯେକୌଣସି ଦଳ ପକ୍ଷେ ଅସମ୍ଭବ। ସେମିତି ଯଶସ୍ୱୀ ଜୈସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ  ପାଣ୍ଡ୍ୟା ମଧ୍ୟ କିଛି କମ୍‌ ନୁହଁନ୍ତି । ଦଳରେ ରହିଛନ୍ତି ୪ ସ୍ପିନରଙ୍କ  (ଅକ୍ଷର, ଚହଲ, ଜାଡେଜା ଓ କୁଲଦୀପ) ସହ ପେସ ଯାଦୁକର  ଯଶପ୍ରୀତ ବୁମରା । ତେଣୁ ଏଥର ଯେ ଭାରତ ଦ୍ୱିତୀୟ ଟାଇଟଲ ସ୍ୱପ୍ନ ପୂରା କରିପାରିବ, ସେଥିରେ କାହାର ସନ୍ଦେହ ନାହିଁ । ମାତ୍ର ସମୟ ଏବଂ  ଭାଗ୍ୟ ଟିମ୍‌ ଇଣ୍ଡିଆକୁ କେତେ ସହାୟତା କରୁଛି ତାହା ହିଁ ବଡ଼ କଥା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.