ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ କ୍ରୀଡ଼ାସୂଚୀ ଘୋଷଣା, ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ ଏକମାତ୍ର ଅଭ୍ୟାସ ମ୍ୟାଚ୍

ଦୁବାଇ,୧୭/୦୫: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଆଇସିସି ଅଭ୍ୟାସ ମ୍ୟାଚ୍‌ର କ୍ରୀଡ଼ାସୂଚୀ  ଘୋଷଣା କରିଛି । ମେ ୨୭ରୁ ଜୁନ୍‌ ୧ ତାରିଖ ମଧ୍ୟରେ ମୋଟ୍‌ ୧୬ଟି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ । ଭାରତ ଜୁନ୍‌  ୧ ତାରିଖରେ ବାଂଲାଦେଶକୁ ଭେଟିବ । ଏହି ମ୍ୟାଚ୍‌  ପାଇଁ ଏପର୍ଯ୍ୟନ୍ତ ଷ୍ଟାଡ଼ିୟମ୍‌ ଚୂଡ଼ାନ୍ତ କରାଯାଇନାହିଁ ।  

ପ୍ରତ୍ୟେକ ଅଭ୍ୟାସ ମ୍ୟାଚ୍‌ ୨୦ ଓଭର ବିଶିଷ୍ଟ ରହିବ ।  ପ୍ରତ୍ୟେକ ଦଳ ମ୍ୟାଚ୍‌ ମଧ୍ୟରେ ସମସ୍ତ ୧୫ଜଣ  ଖେଳାଳିଙ୍କୁ ଖେଳାଇ ପାରିବେ । ଡିଫେଣ୍ଡିଂ ଚାମ୍ପିଅନ୍‌  ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଅଭ୍ୟାସ ମ୍ୟାଚ୍‌ ଖେଳିବେ  ନାହିଁ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ୨ଟି ଅଭ୍ୟାସ  ମ୍ୟାଚ୍‌ ଖେଳିବ । ସେହିପରି ଦକ୍ଷିଣ ଆଫ୍ରିକା ଏକ  ଇନ୍‌ଟ୍ରା ସ୍କ୍ୱାଡ୍‌ ମ୍ୟାଚ୍‌ ଖେଳିବାକୁ ନିଷ୍ପତ୍ତି ନେଇଛି । 

 ୩୦ତାରିଖରେ ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜ୍‌  ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ରହିଛି । ତ୍ରିନିଦାଦ ସ୍ଥିତ  କୁଇନ୍ସ ପାର୍କ ଓଭାଲ ଏହି ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌  ଖେଳାଯିବ । ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଖୋଲା ରହିବ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.