ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରଥଯାତ୍ରା ଉପଲକ୍ଷେ ତନେଇରାର ଗୋଲ୍‌ଡ କଏନ୍‌ ଅଫର, ୨୦ ହଜାର ଟଙ୍କାର ଶପିଂରେ ସୁନା ମୁଦ୍ରା ପାଇବେ ଗ୍ରାହକ

ଭୁବନେଶ୍ୱର,୦୪/୦୭: ପବିତ୍ର ରଥଯାତ୍ରା  ଉପଲକ୍ଷେ ଟାଟା ପ୍ରଡକ୍ଟ ତଥା ଦେଶର କୋଣ  ଅନୁକୋଣର ସିଗ୍ନେଚର ଶାଢ଼ିର ଏକ୍ସକ୍ଲୁସିଭ୍‌  ଷ୍ଟୋର ‘ତନେଇରା’ ଆଣିଛି ସ୍ୱତନ୍ତ୍ର ଗୋଲ୍‌ଡ  କଏନ୍‌ ଅଫର । ଏହା ଜୁଲାଇ ୪ରୁ ୮ ତାରିଖ  ପର୍ଯ୍ୟନ୍ତ ଚାଲିବ । ଏ ଅବସରରେ ଗ୍ରାହକ  ଭୁବନେଶ୍ୱରସ୍ଥିତ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଷ୍ଟେଶନ ଛକ  ଏବଂ ସିଡିଏ-୬ରେ ଥିବା ତନେଇରା ଷ୍ଟୋରରୁ  ୨୦,୦୦୦ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ଶପିଂ  କରି ଉପହାର ଭାବେ ୦.୨ ଗ୍ରାମଯୁକ୍ତ ତନିସ୍କ  ଗୋଲ୍‌ଡ କଏନ୍‌ ପାଇପାରିବେ ।  

ରଥଯାତ୍ରାକୁ ନଜରରେ ରଖି କମ୍ପାନୀ ସର୍ବଶ୍ରେଷ୍ଠ କାରିଗରୀକୁ ଗୋଟିଏ ଛାତ ତଳେ  ଉପଲବ୍ଧ କରାଇଛି । ପ୍ରତ୍ୟେକ ହାତ ତିଆରି  ଡ୍ରେପ୍‌ ସଠିକତା ଏବଂ ଆବେଗର ମିଶ୍ରଣ, ଯାହା ଭାରତର ବିବିଧ ବୟନ ଐତିହ୍ୟକୁ  ପ୍ରଦର୍ଶିତ କରୁଛି । ତନେଇରାରେ ଗ୍ରାହକ  ଭାରତର ୧୦୦ରୁ ଊଦ୍ଧ୍ୱର୍ ବୟନ କ୍ଲଷ୍ଟରରୁ  ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ପ୍ରସ୍ତୁତ  ବ୍ୟାପକ ସମ୍ଭାର ଶାଢ଼ି ମଧ୍ୟରୁ ନିଜ ପସନ୍ଦର  ଶାଢ଼ିକୁ ବାଛିପାରିବେ । ସମ୍ବଲପୁରୀ,  ଗୋପାଳପୁର ଟସର ସିଲ୍‌କ, କାଞ୍ଜିବରମ  ଏବଂ ବନାରସୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ  ବେଙ୍ଗଲ୍‌ ସିଲ୍‌କ, ମୁର୍ସିଦାବାଦ ସିଲ୍‌କ, ସାଉଥ୍‌  ସିଲ୍‌କ ଏବଂ ଏମ୍ବ୍ରୋଡୋରି ସିଲ୍‌କ କଟନ ଆଦି  ତନେଇରାର ସ୍ୱତନ୍ତ୍ର ଉତ୍ପାଦମାଳା ରଥଯାତ୍ରା  ପରମ୍ପରାକୁ ଏକ୍‌ଦମ୍‌ ଷ୍ଟାଇଲ୍‌ରେ ପାଳନ  କରିବାର ସୁଯୋଗ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.