ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରର ଉଧମପୁରରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କୀଙ୍କ ଗୁଳିମାଡରେ ଶହୀଦ ହୋଇଛନ୍ତି ସିଆରପିଏଫ୍ର ଜଣେ ଅଧିକାରୀ । ଘାତ ଲଗାଇ ବସିଥିବା ଆତଙ୍କବାଦୀମାନେ ଡୁଡୁ ଅଞ୍ଚଳରେ ସେତେବେଳ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ, ଯେବେବେଳେ ସେ ନିୟମିତ ଗସ୍ତରେ ଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ ପରେ ସୁରକ୍ଷାକର୍ମୀ ମଧ୍ୟ ତାଙ୍କୁ କଡା ଯବାନ ଦେଇଥିଲେ। ଅଧିକାରୀଙ୍କ କହିବା ଅନୁସାରେ ଏବେ ବି ଏନକାଉଣ୍ଟର ଜାରି ରହିଛି।
ପୋଲିସର ଜଣେ ଅଧିକାରୀ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି, ଉଧମପୁର ଜିଲ୍ଲାରେ ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୋଲିସର ଏବଂ ଏସ୍ଓଜିର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସିଆରପିଏଫ୍ର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି। ଏହି ଅଞ୍ଚଳରେ ଆତଙ୍କବାଦୀ ନିରୋଧି ଅଭିଯାନ ଆରମ୍ଭ କରାଯାଇଥିଲା। ତେବେ ଏହି ସମୟରେ ଉଧମପୁରର ଦାଦୁ ଅଞ୍ଚଳରେ ପୂର୍ବରୁ ଘାତ ଲଗାଇ ବସିଥିବା ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।