ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାତୀ ଭୟରେ କୂଅକୁ ଡେଇଁଲା ଭାଲୁ

ନୀଳଗିରି,୨/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ପଶି ଆସିଥିବା ଝାଡ଼ଖଣ୍ଡ ହାତୀପଲ ଗତକାଲି ଫେରି ଯାଉଥିବାବେଳେ ପୁଣି ଅଧା ରାସ୍ତାରୁ ଫେରି ଆସିଛନ୍ତି । ତେବେ ହାତୀ ଭୟରେ ଭାଲୁ କୂଅକୁ ଡେଇଁବା ଘଟଣା ଜଣାପଡିଛି । ନୀଳଗିରି ଅଞ୍ଚଳକୁ ଗତ ଗୁରୁବାର ସକାଳୁ ୪୬ଟି ଝାଡ଼ଖଣ୍ଡ ହାତୀପଲ ଆସିଥିଲେ। 

ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହି ଜଡ଼ିବାଲି ଓ ଆଖପାଖ ଜଙ୍ଗଲରେ ଉପଦ୍ରବ ଚଳାଇଥିଲେ । ଏବେ ଆଖ ପାଖରେ କିଛି ଖାଦ୍ୟ ପାଇଁ ଚାଷ ନ ଥିବାରୁ ହାତୀପଲ ଭୋକରେ ଆଉଟୁପାଉଟୁ ଡାକୁଥିଲେ । ବନବିଭାଗର ପାଟ୍ରୋଲିଂ ସାଙ୍ଗକୁ ଟ୍ରେଞ୍ଜ ପାଇଁ ଗାଁ ଭିତରକୁ ପଶି ନ ପାରି ଶେଷରେ ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ନଡ଼ପୁର ଜଙ୍ଗଲକୁ ଫେରିଯାଉଥିବାବେଳେ ପୁଣି କାଠପାଳ ନିକଟରୁ ଫେରିଆସିଛନ୍ତି । 

ହାତୀପଲ ଗୁଡିକ ଜଙ୍ଗଲରୁ ବାହାରି ମହିସାପଟ୍ଟା ଗାଁ ଆଡ଼କୁ ମୁହଁଇଥିଲେ । ଫଳରେ ଗ୍ରାମବାସୀ ହାତୀ ଉପଦ୍ରବ ପାଇଁ ଆତଙ୍କିତ ହୋଇପଡିଥିଲେ । ହାତୀ ଭୟରେ ଭାଲୁଟି କୂଅକୁ ଡିଆଁ ମାରିବା ଜଣାପଡିଛି । ତେବେ ଗ୍ରାମବାସୀଙ୍କ ସହାୟତାରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା । ଭାଲୁଟି ଦୌଡ଼ି ପାଖ ବାଉଁଶ ବୁଦା ମୂଳରେ ଲୁଚି ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.