ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗେଷ୍ଟ ହାଉସ୍‌ରୁ ଶିଳ୍ପପତିଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ଵର, ୧୯/୦୪ : ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ବୋଲି ଜଣାପଡିଛି । 

ସୂଚନାନୁଯାୟୀ, ଶିଳ୍ପପତି ଶୁଭମଙ୍କ ଘର ଫୁଲବାଣି ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ। ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। 

ଅଧରାତିରେ ଅସାମାଜିକଙ୍କ ଆତଙ୍କ: ବରଗଡ଼ ଅଞ୍ଚଳରେ ସାମ୍ବାଦିକଙ୍କୁ ପଥରରେ ଛେଚି ରକ୍ତାକ୍ତ କଲେ ଦୁର୍ବୃତ୍ତ

ଶୁଭମ ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ । ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ। ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ କେମିତି ଶିଳ୍ପପତିଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.