ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ପହିଲି ବର୍ଷାରେ ଭିଜିବା ପାଇଁ ଛାତ ଉପରକୁ ଯାଇଥିଲେ ଯୁବତୀ, ମାରିଲା ବିଜୁଳି ! ତାପରେ ...

ସୀତାମଡି - ବିହାରରେ ମୌସୁମୀ ବର୍ଷାର ପ୍ରବେଶ ହୋଇ ଯାଇଛି ଏବଂ ସବୁ ଜିଲ୍ଲାରେ ବାଦଲ ବର୍ଷିବାରେ ଲାଗିଛି। ଲୋକଙ୍କୁ ଗରମରୁ ମଧ୍ୟ ମୁକ୍ତି ମିଳିଛି। ସିଜନର ପ୍ରଥମ ବର୍ଷାର ମଜା ନେବାକୁ ବି କେହି ପଛାଉ ନାହାନ୍ତି, କିନ୍ତୁ ସୀତାମଡି ଜିଲ୍ଲାରୁ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତୀ ବର୍ଷାର ମଜା ନେବାକୁ ଯେମିତି ଛାତ ଉପରକୁ ଯାଉଛନ୍ତି , ସେତିକି ବେଳେ ହଠାତ୍‌ ବିଜୁଳି ମାରୁଛି। ଆଉ ତାପରେ ଯାହା ଘଟୁଛି, ତାହା ହୃଦୟ ଥରା। 

ଘଟଣା ସୀତାମଡିର ବେଲା ଥାନା ଅଞ୍ଚଳର ଥିବା କୁହାଯାଉଛି, ଯେଉଁଠି କମାଲ ଭଗତଙ୍କର ଝିଅ ସାନିଆ ପହିଲି ବର୍ଷାରେ ଭିଜିବାକୁ ଛାତକୁ ଯାଇଥିଲେ ଏବଂ ବର୍ଷାରେ ଯେମିତି ଝୁମିବାକୁ ଲାଗିଲେ, ସେତବେଳେ ହଠାତ୍‌ ଧମାକା ସହ ବିଜୁଳି ଆରମ୍ଭ ହୋଇ ଯାଇଥିଲା। ଏହାପରେ ସେ ଖୁବ୍ ବିଚଳିତ ହୋଇ ଛାତରୁ ତଳକୁ ଖସି ପଡ଼ିଥିଲେ। ଯୁବତୀଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଆପଣଙ୍କୁ କହି ରଖୁଛୁ କି, ବର୍ଷା ସହ ରାଜ୍ୟରେ ବଜ୍ରପାତ ପଡ଼ିବା ଦ୍ୱାରା ଅନେକ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଛି। ପାଣିପାଗ ବିଭାଗ ମଧ୍ୟ ଚାଷୀ ଓ ଗ୍ରାମବାସୀଙ୍କୁ ବର୍ଷାରେ ଗଛ ତଳେ ଠିଆ ହୋଇ ରହିବା ଓ ବାହାରେ କାମ ନକରିବାକୁ ପରାମର୍ଶ ଦେଇଛି। ଏହାସହ ଉତ୍ତର ଓ ଦକ୍ଷିଣ ବିହାରରେ ଅରେଞ୍ଜ ଓ ୟେଲୋ ଆଲର୍ଟ ମଧ୍ୟ ଜାରି କରିଛି। ଆଜି ବି ବଜ୍ରପାତର ସତର୍କ ସୂଚନା ରହିଛି। ଏହି ସମୟରେ କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ପବନ ବହିବାର ସମ୍ଭାବନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.