ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସରକାରଙ୍କର ବିନା ସୁଧରେ କୌଣସି ଋଣ ଦେବାର ବ୍ୟବସ୍ଥା ନାହିଁ

ଭୁବନେଶ୍ୱର ୦୧/୦୯: ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ସରକାରଙ୍କର ବିନା ସୁଧରେ  କୌଣସି ଋଣ ଦେବାର ବ୍ୟବସ୍ଥା ନାହିଁ। ଶନିବାର ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ଏ ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା । 

ସେ ଗୃହରେ ସୂଚନା ଦେଇଛନ୍ତି, ଏସ୍‌ଏଚ୍‌ଜିମାନେ ବ୍ୟାଙ୍କରୁ  ଋଣ ନେଇ ସୁଧ ସହିତ ଫେରସ୍ତ କରୁଛନ୍ତି । ନିୟମିତ ଋଣ ପରିଶୋଧ କରୁଥିବା ଏସ୍‌ଏଚ୍‌ଜି ମାନଙ୍କୁ ମିଶନ ଶକ୍ତି ଋଣ ତଥା ସୁଧ ଫେରସ୍ତ କାର୍ଯ୍ୟକ୍ରମ  ଅଧୀନରେ ସମସ୍ତ ସୁଧ ଫେରସ୍ତ କରାଯାଉଛି । ଆର୍ଥିକ ବର୍ଷ ୨୦୨୩- ୨୪ରେ ମୋଟ୍‌ ୪ ଲକ୍ଷ ୧୩ ହଜାର ୬୪୫ଟି ଏସ୍‌ଏଚ୍‌ଜିଙ୍କୁ ୧୬ ହଜାର  ୫୮୬ କୋଟି ୭୬ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ବ୍ୟାଙ୍କ  ଋଣ ନେଇଥିବା ଏସ୍‌ଏଚ୍‌ଜି ଗୁଡ଼ିକ ଋଣ କିସ୍ତି ସମ୍ପୃକ୍ତ ବ୍ୟାଙ୍କକୁ ପରିଶୋଧ  କରିଥାନ୍ତି । ନିୟମିତ ଋଣ ପରିଶୋଧ କରୁଥିବା ଏସ୍‌ଏଚ୍‌ଜି ଗୁଡ଼ିକୁ ୧୦  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ହେଉଛି ବୋଲି  ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟରେ  ମିଶନ ଶକ୍ତି ଅଧୀନରେ ୬ ଲକ୍ଷ ୨ ହଜାର ୧୩ଟି ଏସ୍‌ଏଚ୍‌ଜିରେ ୭୦ ଲକ୍ଷ ୧୦ ମହିଳା ସାମିଲ ହୋଇଛନ୍ତି । 

ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ୧  ଲକ୍ଷ ୧୦ ହଜାର ୨୪ଟି ଏସ୍‌ଏଚ୍‌ଜିଙ୍କୁ ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ  ୧୧ ହଜାର ୪୨୬ କୋଟି ୭୭ ଲକ୍ଷ ଟଙ୍କାର ସରକାରୀ ବ୍ୟବସାୟ ଯୋଗାଇ  ଦେଇଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.