କଟକ, ୧୬/୦୫ : ଅଭିନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ଵସ୍ତି। ସାଂସଦ ଅନୁଭବଙ୍କ ବିରୁଦ୍ଧରେ ଜାରି ହୋଇଥିବା NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ। ସ୍ବତନ୍ତ୍ର JMFC ଜାରି କରିଥିଲେ NBW। ବର୍ଷାଙ୍କ ଏତଲା ଆଧାରରରେ ରୁଜୁ ହୋଇଥିଲା ମାମଲା। ଚାର୍ଜଫ୍ରେମ୍ ପାଇଁ ହାଜର ହୋଇନଥିଲେ ଅନୁଭବ। ଗତ ୧୩ ତାରିଖରେ NBW ଜାରି କରିଥିଲେ JMFC।
ସୂଚନାନୁଯାୟୀ, ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ରୁଜୁ ମାମଲାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଶୁକ୍ରବାର ଚାର୍ଜଫ୍ରେମ୍ କରାଯିବାର ଥିଲା। କିନ୍ତୁ ଶୁକ୍ରବାର ଅନୁଭବ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅଦାଲତରେ ଉପସ୍ଥିତ ନହୋଇ ସେମାନଙ୍କ ଆଇନଜୀବୀଙ୍କ ଜରିଆରେ ଏକ ଟାଇମ୍ ପିଟିସନ୍ ଦାଖଲ୍ କରିଥିଲେ। ଏହି ପିଟିସନ୍ରେ ଜରିଆରେ ଅଦାଲତରେ ଉପସ୍ଥିତ ହେବା ପାଇଁ ସେମାନେ କିଛି ଦିନ ମହଲତ ମାଗିଥିଲେ। କଟକ ଜେଏମ୍ଏଫ୍ସିଙ୍କ ଅଦାଲତ ତଥା ଏମ୍ପି/ଏମ୍ଏଲଏ ସ୍ୱତନ୍ତ୍ର ଅଦାଲତ ଏହି ପ୍ରାର୍ଥନାକୁ ଗ୍ରହଣ କରି ସୋମବାର ଚାର୍ଜଫ୍ରେମ୍ ପାଇଁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ସୋମବାର ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ୍ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁ ଅଦାଲତରେ ଉପସ୍ଥିତ ନଥିଲେ। ତେଣୁ ଜେଏମ୍ଏଫ୍ସି ଅନୁଭବଙ୍କ ବିରୋଧରେ ନନ୍ ବେଲେବୁଲ୍ ୱାରେଣ୍ଟି ଜାରି କରିଥିଲେ।