ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

 ମାଲକାନଗିରି,୧୪।୧୧: ମାଲକାନଗିରିରୁ  ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ହେଲେ କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟତ ର ବାଟାଗୁଡା ଗ୍ରାମର  ଘାସୀ ପଲାସୀ(୪୦) ।

 ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟତ ର ବାଟାଗୁଡା ଗ୍ରାମର  ଘାସୀ ପଲାସୀ(୪୦) ନିଜର ଭାଇ ଲବ ପଲାସୀ ସହିତ ଘର ଚଳାଇବା ପାଇଁ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ  ଯାଇଥିଲେ । ବାଲିମେଳା ଅଂଚଳର ଜଣେ ଠିକାଦାର ସେମାନଙ୍କୁ ଗତ ଅଗଷ୍ଟ ମାସରେ ହାଇଦ୍ରାବାଦର ଏକ କମ୍ପାନୀ ର ସଟର୍ ଗେଟ୍ ତିଆରି କାମରେ ନିୟୋଜିତ କରି ଥିଲେ। ସେଠାରେ ପାଖାପାଖି ୩ ମାସ ଦାଦନ ଖଟିବା ପରେ ଲବ ଓ ଘାସୀ ହାଇଦ୍ରାବାଦ ର କୁଟି ବସଷ୍ଟାଣ୍ଡ ରୁ ନିଜ ଗାଁ ବାଟାଗୁଡା ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଲବ ପଲାସୀ କଦଳୀ କିଣିବା ପାଇଁ କିଛି ଦୂରକୁ ଚାଲିଯାଇଥିଲେ ଓ ଫେରିଲା ପରେ ସେମାନେ ଅପେକ୍ଷା କରିଥିବା ଜାଗା ରେ ଘାସକୁ ପାଇନଥିଲେ ଓ ତୁରନ୍ତ ସେଠାରେ ବସ ଅପେକ୍ଷାରତ ଲୋକ ମାନଙ୍କୁ ପଚରାଉଚରା କରିବାସହ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ଘାଷୀଙ୍କର କୈାଣସି ଖୋଜ ଖବର ନପାଇ ନିରାଶ ହୋଇ ଗାଁକୁ ଏକୁଟିଆ ଫେରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.