ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଜଟଣୀର ପ୍ରମୁଖ ପ୍ରବେଶ ପ୍ରସ୍ଥାନ ପଥ ଅଣଓସାରିଆ; ଟ୍ରାଫିକ ଯନ୍ତ୍ରଣା, କେବେ ହେବ ରାସ୍ତା ପ୍ରଶସ୍ତ ?

ଜଟଣୀ, ୩।୧୧: ଜଟଣୀ ହରିଭାଇନା ଛକରୁ ତଳଖେତା ଛକ । ଜଟଣୀ ସହରର ଏହା ଅନ୍ୟତମ ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ପଥ । ସାଢ଼େ ସାତ କିଲୋମିଟର ଲମ୍ବର ଏହି ସଡ଼କପଥ ଦେଇ ଦୈନିକ ଶହ ଶହ ଯାନବାହନ ଚଳାଚଳ କରିଥାଏ । ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କପଥର ଉନ୍ନତୀକରଣ ଉପରେ କେହି ଦୃଷ୍ଟି ଦେଉନାହାନ୍ତି । ଏହି ରାସ୍ତା ଖାଲଖମା । ଅଭିଯୋଗ ହେଲେ ଦାୟିତ୍ୱରେ ଥିବା ବିଭାଗ ପ୍ୟାଚ୍‌ ପକାଇ କାମ ସାରିଦେଇଥାଏ । କିଛିଦିନ ପରେ ପିଚୁରେ ପଡ଼ିଥିବା ପ୍ୟାଚ୍‌ ଉଠିଯାଇ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ । ବର୍ଷରୁ ୪ରୁ ୫ଥର ପ୍ୟାଚ୍‌ ପଡ଼ିଥାଏ । ମାତ୍ର ୧୫ରୁ ୧୬ ଫୁଟ ଓସାରର ଏହି ଅଣସାରିଆ ରାସ୍ତାରେ ଗୋଟିଏ ବଡ଼ ଟ୍ରକ୍‌ ବା ଭାରିଯାନ ଯାତାୟାତ କଲାବେଳେ ଆଉ ଏକ କାର୍‌ ବା କୌଣସି ଚାରିଚକିଆ ଯାନ ଅତିକ୍ରମ କରି ପାରିନଥାଏ । 

ଫଳରେ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥାଏ । ଜଟଣୀ ବ୍ୟବସାୟିକ ପେଣ୍ଠସ୍ଥଳ । ଆଇଆଇଟି, ନାଇଜର, ଅନେକ ସାଧାରଣ ଓ ବୈଷୟିକ ଶିକ୍ଷାନୁଷ୍ଠାନ, ଆଇଓସିଏଲ୍‌, ଏଚ୍‌ପିସିଏଲ୍‌ ଡିପୋ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ନିଗମ ଡିପୋ ଓ ପଣ୍ୟାଗାର ପରି ଅନେକ ସରକାରୀ ତଥା ଘରୋଇ କାର୍ଯ୍ୟାଳୟ ଏହାର ଆଖପାଖରେ ରହିଛି । ଅନେକେ ବିଭିନ୍ନ କାର୍ଯ୍ୟ ପାଇଁ ଜଟଣୀରୁ ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ସ୍ଥାନକୁ ଏହି ସଡ଼କପଥ ଦେଇଯାଇଥାନ୍ତି  । ଅନ୍ୟ ଅଂଚଳର ବହୁ ଲୋକ ଦୈନିକ ଏହି ପଥ ଦେଇ ଜଟଣୀ ଆସିଥାନ୍ତି । ଆଇଓସିଏଲ୍‌, ଏଚ୍‌ପିସିଏଲ୍‌ର ଦୈନିକ ଶତାଧିକ ଗ୍ୟାସ୍‌ ସିଲିଣ୍ଡର ଓ ତେଲ ଭରା ଟ୍ୟାଙ୍କର, ଖାଦ୍ୟ ନିଗମର ଭାରିଯାନ ଏହି ପଥ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାତାୟତ କରିଥାଏ । କେବେ ରାସ୍ତା ପ୍ରଶସ୍ତ ହେବ ପ୍ରଶ୍ନର ଉତ୍ତରରେ ଖୋର୍ଦ୍ଧା ଆର୍‌ଏଣ୍ଡବି ଏସ୍‌ଡିଓ ଅବିନାଶ ଲେଙ୍କା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.