ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଆସନ୍ତାକାଲି କେରଳର ୱାୟନାଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଭୂସ୍ଖଳନ ପୀଡ଼ିତଙ୍କ ସହ କରିବେ ସାକ୍ଷାତ

ୱାୟନାଡ,୦୯/୦୮: କେରଳର ୱାୟନାଡରେ ଜୁଲାଇ ୨୯ ବିଳମ୍ବିତ  ରାତିରେ ଆସିଥିବା ଭୂସ୍ଖଳନରେ ଏବେ ବି ୧୩୮ ଲୋକ ନିଖୋଜ ଅଛନ୍ତି । ବହୁ  ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ  ପତ୍ତା ମିଳୁନାହିଁ । ଏଭଳି ସ୍ଥିତିରେ  ସେନା ଏହାର ସର୍ଚ୍ଚ ଅପରେସନ  ବନ୍ଦ କରିଦେଇଛି। ଭୂସ୍ଖଳନ ଯୋଗୁ  ମୃତ୍ୟୁ ସଂଖ୍ୟା ୪୧୩ରେ ପହଞ୍ଚିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା  ୧୦ ତାରିଖ (ଶନିବାର)ରେ ଭୂସ୍ଖଳନ ପୀଡ଼ିତଙ୍କୁ ସାକ୍ଷାତ କରିବା ପାଇଁ  ୱାୟନାଡ ଯାଇପାରନ୍ତି । 

ସୂତ୍ର ମୁତାବକ, ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଯାଇ  କେରଳର କନ୍ନୁରରେ ଓହ୍ଲାଇବେ । କନ୍ନୁରରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଏହାପରେ ସେ  ରିଲିଫ ଶିବିରରେ ପହଞ୍ଚି ପୀଡ଼ିତମାନଙ୍କୁ  ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିବେ । ରିଲିଫ ଶିବିରରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ତେବେ ମୋଦିଙ୍କ ଗସ୍ତ  ପରେ ୱାୟନାଡ ଭୂସ୍ଖଳନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଇପାରେ । 

ରାହୁଲ ଗାନ୍ଧୀ ବୁଧବାର ୱାୟନାଡ  ଭୂସ୍ଖଳନ ଘଟଣାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଲଗି ଦାବି କରିଥିଲେ । ଏହା  ପୂର୍ବରୁ ଅଗଷ୍ଟ ୧ରେ ରାହୁଲ ଏବଂ  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ  ଭଦ୍ରା ୱାୟନାଡ ଗସ୍ତ କରିଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.