ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାତି ଯୋଗୁଁ ଚକରେ ପଡ଼ିଲା ଅଖା, ପୋଲ ଗୟଳ ଚିରଟ ଆରମ୍ଭ

ପୁରୀ, ୦୫/୦୬ : ପ୍ରଚଣ୍ଡ ଖରାରୁ ତ୍ରାହି ପାଇଁ ନିର୍ମାଣକାରୀ ସତର୍କ ହୋଇଛନ୍ତି । ତାତିରେ ରଥ ଚକ ଫାଟିଯିବାର ଆଶଙ୍କା ରହିଛି । ଏଣୁ ମଙ୍ଗଳବାର ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ଚକରେ ଅଖା ଗୁଡ଼ାଯାଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଚକମାନଙ୍କରେ ସିତୁଲି ଅଖା ଘୋଡ଼ାଯାଇଛି । ଏବେ ମୁଖ୍ୟତଃ ରଥର ଚଉତା ଓ ଅଖ ହଣା ଚାଲିଛି । ଏପଟେ କରତି ସେବକମାନେ ପୋଲ ଗୟଳ ଚିରଟ ଆରମ୍ଭ କରିଛନ୍ତି । ତିନି ରଥରେ ସମନ୍ୱୟ ରଖାଯାଇ କାର୍ଯ୍ୟ ଆଗଉଛି । ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱକର୍ମା ଓ ଭୋଇ ସେବକ ମିଶି ଦଣ୍ଡା କାଠକୁ ସାଇତିଛନ୍ତି । 

ପାଞ୍ଚ ଦଣ୍ଡା ଚଉପଟ ପାଇଁ କାଠ ସାଇଜ୍‌ କରାଯାଇଛି । ତିନି ରଥର ୪୨ଟି ଯୋକା ତିଆରି ସରିଛି । ରଥର କୋଣରେ ଯୋକା ସ୍ଥାପନ ହେବ । ଅଖ ଗୋଲେଇ କାର୍ଯ୍ୟ ଶେଷ ହେବା ଉପରେ । ୮ଟି ଖମ୍ବୀର ସାଲ କାର୍ଯ୍ୟ ଶେଷ ହୋଇଛି । ୧୮ ଫୁଟିଆ ଚାରିଟି ଲେଖାଏଁ ଓରାର କାପ ବିନ୍ଧ ଶେଷ ହୋଇଛି । ସେହିପରି ରୂପକାରମାନେ କୋଣ ଗୁଜରେ ସିଂହ ବିରାଳ ଖୋଦେଇ ସହ ପଲିସ ଓ ଅଳଙ୍କରଣ କରୁଛନ୍ତି । ମୁଖ୍ୟ କରତି ସେବକ ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ କରତି ସେବକମାନେ ମଙ୍ଗଳବାର ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ଆରମ୍ଭ କରିଛନ୍ତି । ରଥ ଖଳା ପାଶ୍ୱର୍ରେ ତିଆରି ହୋଇଥିବା ସ୍ୱତନ୍ତ୍ର ଚାଳିରେ ଗୟଳ କାମ ହେଉଛି । ୪୦ ଫୁଟିଆ କାଠର ଉଭୟ ପାଶ୍ୱର୍କୁ ବାରିସିରେ ହାଣିବା ପରେ କରତିମାନେ ଚିରଟ କରିଥିଲେ । ଦୋଳବେଦିସ୍ଥିତ ଅସ୍ଥାୟୀ ଶାଳରେ ତିନି ରଥ ପାଇଁ ଆବଶ୍ୟକ ଘଡ଼ିମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡ଼ିଆ କଣ୍ଟା ଓ ଅଗ ପାତେଳି କଣ୍ଟା ତିଆରୁଛନ୍ତି । ମଙ୍ଗଳବାର ରଥ ନିର୍ମାଣରେ ମୋଟ ୨୦୨ ଜଣ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତିଙ୍କ ସୂଚନା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.