ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କମୁଛି ଡେଲ୍‌ କମ୍ପ୍ୟୁଟରର ଚାହିଦା, ଚାକିରି ହରାଇଲେ ୬୦୦୦ କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ କମ୍ପ୍ୟୁଟର ନିର୍ମାତା ‘ଡେଲ୍‌’ ପ୍ରାୟ ୬୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଡେଲ୍‌ କମ୍ପାନିରେ ପ୍ରାୟ ୧.୨୬ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଥିଲେ । ହେଲେ ଏକ୍ସଚେଞ୍ଜ ଫାଇଲିଂରୁ ଜଣାପଡ଼ିଛି ଯେ, ଏବେ କମ୍ପାନିରେ ୧.୨୦ ଲକ୍ଷ କର୍ମଚାରୀ ଅଛନ୍ତି ।  ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଡେଲ୍‌ ଦେଇଥିବା ତଥ୍ୟ କହୁଛି ପ୍ରାୟ ୨ ବର୍ଷ ହେଲା କମ୍ପ୍ୟୁଟର ପ୍ରତି ଲୋକଙ୍କ ରୁଚି କମୁଛି ।  ଏହା ସହ କମ୍ପ୍ୟୁଟର ବିକ୍ରି କମିଛି । ତେଣୁ ଛଟେଇ କରିବାର ଆବଶ୍ୟକତା ପଡ଼ିଲା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । 

 ଚାହିଦା କମୁଥିବାରୁ କମ୍ପାନିର ଆୟ ୧୧ ପ୍ରତିଶତ କମିଛି । ଆୟ କମୁଥିବାରୁ କମ୍ପାନି ଧିରେଧିରେ ଆର୍ଥିକ ସଂକଟ ଆଡ଼କୁ ମୁହାଁଇଥିଲା । ଆଉ ଏଥିପାଇଁ କମ୍ପାନି ଛଟେଇ ଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ସେପଟେ କମ୍ପାନି ନିଜର ଏକ୍ସଚେଞ୍ଜ ଫାଇଲିଂରେ ଅନୁମାନ ଲଗାଇଛି ଯେ, ପର୍ସନାଲ କମ୍ପ୍ୟୁଟର ଏବଂ ଗ୍ରାହକଙ୍କୁ ସେବା ଦେବା କ୍ଷେତ୍ରରେ ଡେଲ୍‌ ଆଗକୁ ଯାଇପାରେ । 

୨୦୨୫ ବେଳକୁ କମ୍ପାନି ନିଜ କମ୍ପ୍ୟୁଟରର ଦାମ କମ କରିବା ସହ ବଜାରରେ ପ୍ରତିଯୋଗୀତା କରିବ ବୋଲି ଆଶା ରଖିଛି । ଏହା ଦ୍ବାରା କମ୍ପାନି ଆୟ ବଢ଼ାଇବାରେ ସକ୍ଷମ ହୋଇପାରିବ । ନିକଟରେ ଡେଲ୍‌ ନିଜର କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ କରିବାକୁ ଅନୁମତି ଦେଇଥିଲା । ହେଲେ ଓ୍ବାର୍କ ଫ୍ରମ ହୋମ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ ବୋଲି କହିଥିଲା କମ୍ପାନି । ତେଣୁ କର୍ମଚାରୀଙ୍କୁ ଅତିକମରେ ୩ ଦିନ ଲାଗି ଅଫିସ ଆସିବାକୁ କମ୍ପାନି ପକ୍ଷରୁ କୁହାଯାଇଥିଲା । କରୋନା ପୂର୍ବରୁ ଡେଲ୍‌ରେ ହାଇବ୍ରିଡ୍‌ ଓ୍ବାର୍କ ପଲିସି ଥିଲେ ହେଁ କମ୍ପାନିର ଏଭଳି ନୀତି ଲାଗି କର୍ମଚାରୀଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.