ନୂଆଦିଲ୍ଲୀ,୧୪/୦୯: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ କ୍ଷମତା ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ୩ ଜଣ ଆମେରିକୀୟ ନାଗରିକଙ୍କ ସମେତ ୩୭ ଜଣଙ୍କୁ ମିଳିଛି ମୃତ୍ୟୁଦଣ୍ଡ । ଏମାନେ ଗତ ମେ ମାସରେ ରାଜନୈତିକ କ୍ଷମତା ପରିବର୍ତ୍ତନ କରିବାକୁ ଷଡଯନ୍ତ୍ର ରଚିଥିଲେ । ହେଲେ ଏଥିରେ ଆମେରିକା ନାଗରିକ ଏବଂ ଅନ୍ୟମାନେ ସଫଳ ହୋଇନଥିଲେ । ରାଜଧାନୀ କିଂଶାସରେ ଥିବା ରାଷ୍ଟ୍ରପତି ଭବନକୁ କବଜା କରି ନେଇଥିଲେ । କଙ୍ଗୋ ସେନା ଓ ପୋଲିସ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରି ଗିରଫ କରିଥିଲା । ଏବେ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ମିଳିଛି।
ତେବେ ସୈନ୍ୟ କାର୍ଯ୍ୟାନୁଷ୍ଠାନରେ କ୍ଷମତା ପରିବର୍ତ୍ତନ ପାଇଁ ଆସିଥିବା ସଶସ୍ତ୍ରବାହିନୀ ମୁଖ୍ୟଙ୍କ ମୃତ୍ୟୁ ହୋଇଛି। ଯିଏ ଆମେରିକାର ମୂଳ ବାସିନ୍ଦା ଓ କଙ୍ଗୋ ନେତା ଥିଲେ। କ୍ଷମତା ପରିବର୍ତ୍ତନ ଷଡଯନ୍ତ୍ରରେ ଖ୍ରୀଷ୍ଟିଆନ ମାଲଙ୍ଗାଙ୍କ ପୁଅ ମାର୍ସେଲ ମାଲଙ୍ଗାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହା ସହିତ ତାଙ୍କ ସାଙ୍ଗ ତଥା ଟ୍ରେଜ ପାର୍ଟନର ଟେସର ଥମସନଙ୍କ ବିରୋଧରେ ଆମେରିକାର ବେଞ୍ଜାମିନ ଜଲମନରେ ମକଦମା ଚଲାଯାଇଥିଲା। ଆଉ ସେଠାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏବଂ ଖ୍ରୀଷ୍ଟିଆନ୍ ମାଲାଙ୍ଗାଙ୍କର ବ୍ୟବସାୟିକ ସହଯୋଗୀ ଥିଲେ, ତାଙ୍କୁ ମଧ୍ୟ ବିଚାର କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।ଅପରାଧିକ ଷଡଯନ୍ତ୍ର, ଆତଙ୍କବାଦ ତଥା ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ତିନି ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।
ଏନେଇ ମଲାଙ୍ଗା କୋର୍ଟଙ୍କୁ କହିଛନ୍ତି ଯେ, ଯଦି ସେ ଏହି ଯୋଜନାରେ ସେ ଯୋଗ ନ ଦେଇଥାନ୍ତେ ତେବେ ତାଙ୍କ ପିତା ହତ୍ୟା ଧମକ ଦେଇଥଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିତାଙ୍କ ନିମନ୍ତ୍ରଣ କ୍ରମେ ସେ ପ୍ରଥମ ଥର ପାଇଁ କଙ୍ଗୋ ଆସିଥିଲେ, ଯାହାଙ୍କୁ ସେ ବର୍ଷ ବର୍ଷ ଧରି ଦେଖିନଥିଲେ। ସେହିପରି କ୍ଷମତା ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିବା ଆମେରିକୀୟ, ବ୍ରିଟିଶ, କାନାଡିୟ, ବେଲଜିୟମ ଏବଂ କଙ୍ଗୋ ନାଗରିକଙ୍କ ସମେତ ପ୍ରାୟ ୫୦ ଜଣ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ମୋଟ ୩୭ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏନେଇ ୱାଶିଂଟନରେ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଦୂତାବାସ କର୍ମଚାରୀମାନେ ଏହି ପ୍ରକ୍ରିୟାରେ ଭାଗ ନେଇଛନ୍ତି ଏବଂ ଏହି ମାମଲା ଉପରେ ନଜର ରଖିବେ। ସେପଟେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଆମେ ଜାଣିଛୁ ଯେ କଙ୍ଗୋରେ ଆଇନଗତ ପ୍ରକ୍ରିୟା କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ ପାଇଁ ଅନୁମତି ଦେଇଥାଏ। ୩୭ ଜଣ ବ୍ୟକ୍ତିଙ୍କ ମଧ୍ୟରେ ବେଲଜିୟମ-କଙ୍ଗୋଲିୟନ ନାଗରିକ ଜିନ-ଜେକ୍ସ ୱଣ୍ଡୋ ମଧ୍ୟ ଅଛନ୍ତି। ୱଣ୍ଡୋଙ୍କ ପରିବାର କଙ୍ଗୋର ରାଷ୍ଟ୍ରପତି ଫେଲିକ୍ସ ସ୍ଥିସେକିଡିଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି।