ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଆଜି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ, ଗ୍ରାମାଞ୍ଚଳରେ ଖୁସି ଦେଉନି ‘ଖୁସି' ଯୋଜନା

ଭୁବନେଶ୍ୱର ୨୮/୦୫: ମଙ୍ଗଳବାର ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ । ଚଳିତ ବର୍ଷର ଥିମ ହେଉଛି ସୁସ୍ଥ ରହିବା ପାଇଁ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ । ଋତୁସ୍ରାବ ସମୟରେ ସଂକ୍ରମଣରୁ ରକ୍ଷା କରିବାକୁ ରାଜ୍ୟ ସରକାର ‘ଖୁସି ଯୋଜନା’ ଆରମ୍ଭ କରିଛନ୍ତି । ହେଲେ ଏହା ଗ୍ରାମାଞ୍ଚଳରେ କିଶୋରୀଙ୍କୁ ଖୁସି ଦେବାରେ ବିଫଳ ହୋଇଛି । ଖୁସି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବାଳିକା ଓ ଗର୍ଭପାତ କରିଥିବା ମହିଳା (ମେଡିକାଲ ଟର୍ମିନେସନ ପ୍ରେଗ୍ନେସି ବା ଏମ୍‌ଟିପି)ଙ୍କୁ ବିନା ମୂଲ୍ୟରେ ସାନିଟାରୀ ନାପକିନ୍‌ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । 

ଏଥିପାଇଁ ୫୧୧.୯୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ଯୋଜନା ୨୦୨୫-୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିରେ ପ୍ରାୟ ୮ ଲକ୍ଷ ବାଳିକା ଏବଂ ପ୍ରାୟ ୯ ଲକ୍ଷ ଏମ୍‌ଟିପି ମହିଳା ଉପକୃତ ହେବେ । ସମସ୍ତଙ୍କୁ ବିନା ମୂଲ୍ୟରେ ସାନିଟାରି ନାପ୍‌କିନ୍‌ ଯୋଗାଇ ଦିଆଯିବ । ହେଲେ ସହରାଞ୍ଚଳରେ ବିଦ୍ୟାଳୟରେ କିଶୋରୀଙ୍କୁ ନାପକିନ୍‌ ପ୍ରଦାନ କରାଯାଉଥିଲେ ହେଁ ଉପାନ୍ତ ଓ ଗ୍ରାମାଞ୍ଚଳରେ ଯୋଜନା ବିଫଳ ହୋଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌ )-୪ ଅନୁଯାୟୀ ଦେଶରେ ୧୫ରୁ୨୪ବର୍ଷ ବୟସ ମଧ୍ୟରେ ୫୦% କିଶୋରୀ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରୁଥିଲା ବେଳେ ଓଡ଼ିଶାରେ ଏହି ହାର ୪୨.୮ ପ୍ରତିଶତ । 

ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ କହୁଛି, ରାଜ୍ୟର ୮୧.୫% ମହିଳା (୧୫-୨୪ବର୍ଷ) ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି । ମାତ୍ର ଗ୍ରାମାଞ୍ଚଳରେ ଲଜ୍ଜା, ସାମାଜିକ ପ୍ରତିବନ୍ଧକ, ଅନ୍ଧବିଶ୍ୱାସ ପାଇଁ ଏହି ଯୋଜନା ଫେଲ ମାରିଛି ବୋଲି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି । ଋତୁସ୍ରାବ ସ୍ୱଚ୍ଛତା ନେଇ ଗ୍ରାମାଞ୍ଚଳରେ କିଶୋରୀ ଓ ମହିଳାଙ୍କୁ ଅଧିକ ସଚେତନ କରାଯାଇ ପାରିଲେ ଏହା ଅଧିକ ଲାଭପ୍ରଦ ହୁଅନ୍ତା ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ କହିଛନ୍ତି, ମହିଳାଙ୍କ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା । ଏଥିପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ । ବିଭିନ୍ନ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ହେଲେ ସାନିଟାରୀ ପ୍ୟାଡ୍‌ ନିଶ୍ଚିତ ବ୍ୟବହାର କରିବା ଉଚିତ ।ଗାଁରେ ଅଜବ ପ୍ରଥା...ଜମି ଭାଗବଣ୍ଟା ନ ହେଉ ବୋଲି ସବୁ ଭାଇଙ୍କୁ ବିବାହ କରନ୍ତି ଜଣେ ମହିଳା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.