ନୂଆଦିଲ୍ଲୀ,୨୬।୮: ତ୍ରିପୁରାର ରାନିବଜାର ଅଞ୍ଚଳରେ ଥିବା କାଳୀ ମନ୍ଦିରର ମୂର୍ତ୍ତି ଭଙ୍ଗାରୁଜାରେ ପରେ ହିଂସାକାଣ୍ଡ। କିଛି ଅଜ୍ଞାତ ବ୍ୟକ୍ତି ୧୨ରୁ ଅଧିକ ଘରେ ଓ କିଛି ବାହାନରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ସୋମବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ, ବର୍ତ୍ତମାନର ସ୍ଥିତି ଦେଖି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ପୋଲିସର କହିବା ଅନୁସାରେ, ରାନୀବଜାରରେ କାଳୀ ମା’ଙ୍କ ମୂର୍ତ୍ତି ଭଙ୍ଗାରୁଜା ପରେ ରବିବାର ରାତିରେ ୧୨ଟି ଘରେ ନିଆଁ ଲଗାଇ ଦିଆଯାଇଛି। ନିଆଁରେ କିଛି ମୋଟର ସାଇକେଲ ଓ ପିକଅପ୍ ଭ୍ୟାନ୍ ଜଳି ପାଉଁଶ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ବ୍ୟକ୍ତି ହତାହତ ହୋଇଥିବାର ସୂଚନା ମିଳିନାହିଁ। ପୁରା ଅଞ୍ଚଳରେ ଉତ୍ତେଜନା କମ୍ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନସାରେ, ଅଜ୍ଞାତ ଲୋକଙ୍କୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ନିଜ ନିଜର ଘରୁ ପଳାୟନ କରିଥିଲେ।
ଉଲ୍ଲେଖନୀୟ ଯେ, ତ୍ରିପୁରା ଗତ କିଛି ଦିନ ହେବ ବନ୍ୟା ପ୍ରଭାବିତ ହୋଇଛି। ଗତ ୧୯ ତାରିଖରୁ ଏପର୍ଯ୍ୟନ୍ତ ଅତି କମ୍ରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା କାରଣରୁ ୧.୧୭ ଲକ୍ଷ ଲୋକଙ୍କୁ ଘର ଖାଲି କରିବାକୁ ପଡିଛି। ଏଭଳି ସ୍ଥିତିରେ ରାଜ୍ୟରେ ହିଂସାକାଣ୍ଡ ଘଟଣା ଆହୁରି ଚିନ୍ତା ବଢାଇ ଦେଇଛି।