ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ବୁଡିଗଲେ ୨ ଛାତ୍ର, ୪ ଉଦ୍ଧାର

ରାଉରକେଲା ୦୮/୦୬:  ବ୍ରାହ୍ମଣୀ ବେଦବ୍ୟାସ ଘାଟରେ ବୁଡି ଦୁଇଜଣ ଛାତ୍ରଙ୍କ ଚାଲିଗଲା ଜୀବନ। ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ  ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ପିପିଲ ଅଞ୍ଚଳର ସମୀର ସୁକୁମାର ନାୟକ ଅନ୍ୟ ଜଣେ ଜଳେଶ୍ବର ରଜତ ସାହୁ ବୋଲି ଜଣାପଡିଛ। ସମସ୍ତ ଛାତ୍ର ବୁର୍ଲା ଭିସୁଟ୍ ହୋଇଥିବା ବେଳେ ସେମାନେ ରାଉରକେଲାର ଏନ୍‌ଆଇଟିର କାମ କରୁଥିଲେ।

ସୂଚନା ମୁତାବିକ, ସମ୍ବଲପୁର ବୁର୍ଲା ଭିସୁଟର ୬ ଜଣ ଛାତ୍ର ବ୍ରାହ୍ମଣୀ ବେଦବ୍ୟାସ ଘାଟକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଜଣେ ଛାତ୍ର ପାଣି ଭିତରକୁ ପଳାଇଥିଲେ। ଫଳରେ ବୁଡିବାକୁ ଲାଗିଥିଲେ। ସେ ଠାରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଛାତ୍ରମାନେ ଉଦ୍ୟମ କରୁଥିଲେ। ସେଠାରେ ୨ ଜଣ ପାଣିରେ ବୁଡି ଯାଇଥିଲେ। ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.