ବାଲେଶ୍ଵର, ୩୦/୦୮ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ବାଲେଶ୍ଵର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି। ଏକକାଳୀନ ବାଲେଶ୍ଵରର ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୨ ଜଣ ଆଡିସନାଲ ଏସପି, ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
ସୂଚନାନୁଯାୟୀ, ପ୍ରଦୀପ ଦାସଙ୍କ ବାଲେଶ୍ଵର ଅଙ୍ଗାରଗାଡିଆସ୍ଥିତ ତିନି ମହଲା ଘର, ଖନ୍ତାପଡ଼ାସ୍ଥିତ ପୈତୃକ ଘର, ଶେରଗଡ଼ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ନୀଳଗିରିସ୍ଥିତ ସମ୍ପର୍କୀୟଙ୍କ ଘର, ଖନ୍ତାପଡ଼ାସ୍ଥିତ ସମ୍ପର୍କୀୟଙ୍କ ଘର, ଏବଂ କଲେକ୍ଟର କ୍ୟାମ୍ପସରେ ଥିବା ଅଫିସ ରୁମ୍ରେ ରେଡ୍ ଚାଲିଛି।