ଟିପରି ଟାପର ବର୍ଷା ହୋଇ ଉଭାନ ହୋଇଯାଇଛି ମୌସୁମୀ । ଫଳରେ ଆସନ୍ନ ମରୁଡି ଜଳଜଳ ହୋଇ ଚାଷୀଙ୍କୁ ଦେଖାଯାଉଛି। କନ୍ଦାଗଡ଼ ଚାଷୀଙ୍କ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମୋଡୋଶିଳ ଚେକଡେମ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଚାଷୀଙ୍କ ଜଳସେଚନ ପାଇଁ କୌଣସି କାର୍ଯ୍ୟରେ ଆସୁନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ପାତ୍ରବସା ଗ୍ରାମ ଚାଷୀଙ୍କ ପାଇଁ ଜଳସେଚନର କୌଣସି ଉତ୍ସ ନାହିଁ । ଫଳରେ ବର୍ଷା ଉପରେ ଭରସା କରି ଚାଷକାର୍ଯ୍ୟ କରନ୍ତି। ସମ୍ଭାବ୍ୟ ମରୁଡିକୁ ନେଇ ଶୁକ୍ରବାର ଦୁଇ ଗ୍ରାମର ଚାଷୀ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରି ମରୁଡି ଘୋଷଣା ପାଇଁ ଦାବି କରିଛନ୍ତି। କନ୍ଦାଗଡ଼ର ଚାଷୀ ବୈଷ୍ଣବ ମାଝୀ, ବଳ ମାଝୀ, କୁମଚନ୍ଦ୍ର ମାଝୀ, ଲଛିମ ଧର ମାଝୀ, ଭାସ୍କର ଦଣ୍ଡସେନା, ଲକ୍ଷ୍ମୀ କାନ୍ତ ମାଝୀ, ଗୋବର୍ଦ୍ଧନ ମାଝୀ, ନିରଞ୍ଜନ ନାଏକ, ଶ୍ୟାମ ମାଝୀ, ଦୈତାରି ମାଝୀ, ନିତ୍ୟା ଚଳାନ ଓ ପାତ୍ରବସା ଗ୍ରାମର ଭୋଳା ନାଥ ମାଝୀ, ଗୋବର୍ଦ୍ଧନ ମାଝି, ପ୍ରଭାକାର ନାଏକ, ଗୋବିନ୍ଦ ମାଝୀ, ବୈଷ୍ଣବ ମାଝୀ ପ୍ରମୁଖ ଉପସ୍ଥିତ ରହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ ମୁହାଁମୁହିଁ ଧକ୍କା...