ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨,୦୦୦ ଟି-ଟ୍ୱେଣ୍ଟି ରନ୍‌ ପୂରଣ କରିବାରେ କୋହଲି ପ୍ରଥମ ଭାରତୀୟ

ଚେନ୍ନାଇ,୨୩/୦୩: ଭାରତର ପ୍ରଥମ ବ୍ୟାଟର ଭାବେ  ବିରାଟ କୋହଲି ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୨,୦୦୦ ରନ୍‌ ପୂରଣ  କରିଛନ୍ତି। ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ  କୋହଲି ୨୧ ରନ କରିଥିଲେ । ସେ ମାତ୍ର ୬ କରିଥିବା ସମୟରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । କୋହଲି  ୩୭୭ଟି ମ୍ୟାଚ୍‌ ଖେଲି ଏହି ସଫଳତା ଅର୍ଜନ କରିଛନ୍ତି ।  ଏଥିରେ ୮ଟି ଶତକ ଓ ୯୧ଟି ଅର୍ଦ୍ଧଶତକ ରହିଛି।




 ଟି-ଟ୍ୱେଣ୍ଟି  ଅନ୍ତର୍ଜାତୀୟରେ କୋହଲି ମୋଟ୍‌ ୪୦୩୭ ରନ୍‌(୧ଶତକ) ସଂଗ୍ରହ କରିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ  ଶର୍ମା ୧୧,୧୫୬ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟି-ଟ୍ୱେଣ୍ଟିରେ ସର୍ବାଧିକ ରନ୍‌ ରେକର୍ଡ କ୍ରିସ୍‌ ଗେଲଙ୍କ  ନାମରେ ରହିଛି । ସେ ମୋଟ୍‌ ୧୪୫୬୨ ରନ୍‌ ସଂଗ୍ରହ କରିଛନ୍ତି ।  ପାକିସ୍ତାନର ସୋହେବ ମଲିକ ୧୩,୩୬୦ ରନ୍‌ ସହ ଦ୍ୱିତୀୟ ଓ  କିରେନ ପୋଲାର୍ଡ ୧୨,୯୦୦ ରନ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.