ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନିର୍ମାଣାଧୀନ ୱାର୍ଡ ଅଫିସ କାମ ବନ୍ଦ, ପ୍ରଥମେ ଅନୁମତି ଦେଲା, ଏବେ ପଛଘୁଞ୍ଚା ଦେଉଛି ଜିଏ

ଭୁବନେଶ୍ୱର, ୨୬/୦୬ : ୱାର୍ଡ ଅଫିସ ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ବିଏମ୍‌ସି ଜାଗା ଦେଲା । ଟେଣ୍ଡର ହୋଇ କାମ ୬୦ ପ୍ରତିଶତ ସରିଲାଣି । ଏବେ ଜିଏ କହୁଛି, କୋଠା ଭାଙ୍ଗ । ୱାର୍ଡ ନଂ-୫୭ରେ ସାଧାରଣ ପ୍ରଶାସନର ଏମିତି ଖେଳକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ୱାର୍ଡ-୫୭ରେ ଅଫିସ ନଥିବାରୁ ସାଧାରଣ ଲୋକେ ଅସୁବିଧାରେ ପଡୁଥିଲେ। ଭତ୍ତା ପାଇଁ ବଡ଼ଗଡ଼ କଲ୍ୟାଣ ମଣ୍ଡପ ଉପରେ ଭରସା କରିବାକୁ ପଡୁଥିଲା। ମାଇଲ ମାଇଲ ଦୂର ଚାଲୁଥିଲେ ଲୋକେ। 

କର୍ପୋରେଟର ସନ୍ତୋଷ ସିଂହଙ୍କ ଅନୁରୋଧ କ୍ରମେ ୱାର୍ଡ ଅଫିସ ନିର୍ମାଣ ପାଇଁ ବାଟ ଫିଟିଥିଲା। ବିଏମ୍‌ସି ପକ୍ଷରୁ ଜାଗା ଯୋଗାଇ ଦେବାକୁ ସାଧାରଣ ପ୍ରଶାସନକୁ ଚିଠି କରାଯାଇଥିଲା । ଏନେଇ ଜିଏ ପକ୍ଷରୁ ବଡ଼ଗଡ଼ ଖାତା ନଂ ୧୬୧୬ରେ ଗତ ଡିସେମ୍ବର ମାସରେ ଜାଗା ବିଏମ୍‌ସିକୁ ହସ୍ତାନ୍ତର କରାଯାଇଥିଲା । ଏଥିରେ ୱାର୍ଡ ଅଫିସ ନିର୍ମାଣ ହୋଇଥାନ୍ତା । ହେଲେ ହଠାତ୍‌ ୨୦ ତାରିଖ ଦିନ ଜିଏ ପକ୍ଷରୁ ଚିଠି ଜାରି କରାଯାଇ ନିର୍ମାଣାଧୀନ ୱାର୍ଡ ଅଫିସ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । 

ଜିଏ ପକ୍ଷରୁ ବିଏମ୍‌ସିକୁ ଚିଠିରେ ଦର୍ଶଯାଇଛି, ଯେ ଏହି ସ୍ଥାନରେ ପୋଷ୍ଟ ଅଫିସ ନିର୍ମାଣ କରିବାକୁ ପ୍ରପୋଜାଲ ରହିଛି । ତେଣୁ ବର୍ତ୍ତମାନ କାମ ସ୍ଥଗିତ ରଖାଯାଉ । ୱାର୍ଡ ଅଫିସ୍‌ ଅନୁମତି ଦେବା ବେଳେ ଜିଏର କଣ ପୋଷ୍ଟ ଅଫିସ କଥା ମନେ ନଥିଲା? ଏବେ ଘର ନିର୍ମାଣ ୬୦ ପ୍ରତିଶତ ସରିଥିବା ବେଳେ କାମ ବନ୍ଦକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଏହି କାର୍ଯ୍ୟ ବନ୍ଦ ହେଲେ ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ହେବେ । ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ନିର୍ମାଣ କାର୍ଯ୍ୟ ଜାରି ରଖାଯାଉ । ସେପଟେ କର୍ପୋରେଟର ସନ୍ତୋଷ ସିଂହ କହିଛନ୍ତି, ୱାର୍ଡ ଅଫିସ ନିର୍ମାଣକୁ ନେଇ ରାଜନୀତି କରାନଯାଉ। କିଛି ବିଜେପି ନେତାଙ୍କୁ ଉନ୍ନୟନମୂଳକ କାର୍ଯ୍ୟ ଦେହରେ ଯାଉନି। ସେମାନେ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.