ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ମମତା କହିଲେ- ‘ବିଜେପି ପୁଣି କ୍ଷମତାକୁ ଆସିଲେ ଦାମ୍‌ ୨୦୦୦ ଟଙ୍କା ଛୁଇଁପାରେ’

କୋଲକାତା:  ଲୋକସଭା ନିର୍ବାଚନ ପୂର୍ବରୁ ବୃଦ୍ଧି ପାଇଛି କମର୍ସିଆଲ ସିଲିଣ୍ଡର ଦର ।  ଯାହାକୁ ନେଇ ଶାସକ ବିଜେପି ଉପରେ ବର୍ଶିଛନ୍ତି ବିରୋଧୀ । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି, ଯଦି ପୁଣି ବିଜେପି କ୍ଷମତାକୁ ଆସେ ତେବେ ଏଲପିଜି ସିଲିଣ୍ଡର ମୂଲ୍ୟ ୨,୦୦୦ ଟଙ୍କା ହୋଇପାରେ । ଆଜି ପଞ୍ଚିମବଙ୍ଗର ଏକ ଜିଲ୍ଲାରେ ସମ୍ବୋଧିତ କରିବା ସମୟରେ ମମତା କହିଛନ୍ତି, ଯଦି ପୁଣି ଥରେ ବିଜେପି ନିର୍ବାଚନ ଜିତେ, ତେବେ ରନ୍ଧନ ଗ୍ୟାସ ସିଲିଣ୍ଡରର ପିଛା ୧,୫୦୦ କିମ୍ବା ୨,୦୦୦ ଟଙ୍କାକୁ ବୃଦ୍ଧି କରିଦେବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ପୁଣି ଥରେ ସେହି ପୁରୁଣା ଦିନକୁ ଚାଲିଯିବେ । ଲୋକେ ଜଙ୍ଗଲରୁ କାଠ ଆଣି ରୋଷେଇ କରିବାକୁ ବାଧ୍ୟ ହେବେ ।  ଉଭୟ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡର ପାଇଁ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦରରେ ପରିବର୍ତ୍ତନ ଆସିଥାଏ । ଚଳିତ ମାସ ବାଣିଜ୍ୟିକ ବା କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି କରାଯାଇଛି । କିନ୍ତୁ ୧୪ କେଜି ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । 

 ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ଫେବୃଆରୀ ୧ରେ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି(ମାର୍ଚ୍ଚ ୧) ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି । ଏହି ଦର ବୃଦ୍ଧି ସହ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦାମ୍ ୧,୯୭୫ ଟଙ୍କାରେ ପହଞ୍ଚିଛି । ସେହିପରି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ କୋଲକାତାରେ ୧,୯୧୧ ଟଙ୍କା, ମୁମ୍ବାଇରେ ୧,୭୪୯ ଟଙ୍କା ଏବଂ ଚେନ୍ନାଇରେ ୧,୯୬୦.୫୦ ଟଙ୍କା  ରହିଛି । ଅନ୍ୟ ପ୍ରମୁଖ ସହରଗୁଡିକରେ ମଧ୍ୟ ସମାନ ଭାବେ ସିଲିଣ୍ଡର ଦାମ୍ ବୃଦ୍ଧି ହୋଇଛି। 

 ଏଲପିଜି ମୂଲ୍ୟ ବୃଦ୍ଧି ସାରା ଦେଶରେ ହୋଇଛି । ତେବେ ଏହି ରେଟ୍ କେବଳ ୧୯ କେଜି କମର୍ସିଆଲ ସିଲିଣ୍ଡରରେ ବଢିଛି । ଗତ ମାସରେ ବଜେଟ୍ ଦିନ ଅର୍ଥାତ୍ ଫେବ୍ରୁଆରୀ ୧ରେ ୧୪ ଟଙ୍କା ବଢିଥିଲା । ଆଇଓସିଏଲ ୱେବସାଇଟରେ ପରିବର୍ଦ୍ଧିତ ରେଟ୍ ଜାରି କରାଯାଇଛି ।

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.