ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ କି ସୁନିତା କେଜ୍ରିୱାଲ, କେଉଁ କଥାକୁ ରହିଛି ଅପେକ୍ଷା ?

ନୂଆଦିଲ୍ଲୀ : ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ। ୧୦ ଦିନ ଯାଏ ଇଡିର ରିମାଣ୍ଡରେ ରହିବା ପରେ ଦିଲ୍ଲୀର ଏକ ବିଶେଷ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। କେଜ୍ରିୱାଲଙ୍କ ଜେଲ୍‌ ଯିବା ପରେ ଏବେ ଏହି କଥାକୁ ନେଇ ପୁଣି ଥରେ ଆକଳନ ଦ୍ରୁତ ହୋଇ ଯାଇଛି ଯେ , ସେ ତିହାରରୁ ସରକାର ଚଲାଇ ପାରିବେ ବା ପୁଣି ସେ ଇସ୍ତଫା ଦେଇ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ରାସ୍ତା ସ୍ପଷ୍ଟ କରିବେ ?

ଚର୍ଚ୍ଚା ଏବା ମଧ୍ୟ ରହିଛି କି, ଯଦି ଜେଲ୍‌ରୁ ସରକାର ନଚଲେଇବେ, ସେ ନିଜ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଚୌକି ଦେଇ ପାରନ୍ତି। ହେଲେ ଆମ ଆଦମୀ ପାର୍ଟି ପକ୍ଷରୁ ବାରମ୍ୱାର ଏହା କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ହିଁ ରହିବେ। 

ଅରବିନ୍ଦ କେଜ୍ରିୱାଲ ଜେଲ୍‌ରେ ରହି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ରହି ପାରନ୍ତି। ସାମ୍ୱିଧାନିକ ସୂଚନାକାରୀଙ୍କ କହିବାନୁସାରେ, ଜଣେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଜେଲ୍‌ ଯିବା ( ଯେପର୍ଯ୍ୟନ୍ତ ଦୁଇ ବର୍ଷ ବା ତାଠାରୁ ଅଧିକ ସମୟର ସଜା ନ ହୋଇଛି)ରେ ପଦ ଛାଡ଼ିବାର କୌଣସି ବାଧ୍ୟତା ନାହିଁ। ଗତ ଦିନରେ କେଜ୍ରିୱାଲଙ୍କୁ ପଦରୁ ହଟେଇବାର ଦାବି ଯୁକ୍ତ ଜନହିତ ଆବେଦନ ଉପରେ ଶୁଣାଣି ବେଳେ , ହାଇକୋର୍ଟ ମଧ୍ୟ ଏହି ପ୍ରଶ୍ନ ଉଠାଇ ଥିଲେ। ହେଲେ ସୂଚନାକାରୀଙ୍କ ଏହି ମଧ୍ୟ କହିବା ହେଲା କି ଯଦିଓ କେଜ୍ରିୱାଲଙ୍କ ଉପରେ ଇସ୍ତଫା ଦେବା ପାଇଁ କୌଣସି ଆଇନଗତ ଚାପ ହୋଇ ନାହିଁ , ହେଲେ ବ୍ୟବହାରିକ ଭାବେ ଏହା ସମ୍ଭବ ନୁହେଁ କି, ସେ ଜେଲ୍‌ରୁ ସରକାର ଚଲାଇ ପାରିବେ। 

ଜଣେ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିଦିନ ଅନେକ ବୈଠକ କରିବାକୁ ପଡିଥାଏ , ବହୁତ ଲୋକଙ୍କୁ ସାକ୍ଷାତ କରିବାକୁ ହୋଇଥାଏ। କ୍ୟାବିନେଟ୍‌ ମିଶି ନିଷ୍ପତ୍ତି କଲେ। ଏସବୁ କେଜ୍ରିୱାଲ ଜେଲ୍‌ରୁ କେମିତି କରିବେ ଏହା ସ୍ପଷ୍ଟ ନୁହେଁ। ଏହା ପ୍ରଥମ ସୁଯୋଗ କି, ଯେବେ କେହି ମୁଖ୍ୟମନ୍ତ୍ରୀ ପଦରେ ରହି ଜେଲ୍‌ ଯାଇଥିବ। 

ଏଲଜି ଭିକେ ସକ୍ସେନା ସ୍ପଷ୍ଟ କରି ସାରିଛନ୍ତି କି, ସେ ଦିଲ୍ଲୀ ସରକାରକୁ ଜେଲ୍‌ରୁ ଚଲେଇବା ପାଇଁ ଅନୁମତି ଦେବେ ନାହିଁ। ତାଙ୍କର ବୟାନ ଏଥିପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କାରଣ ସୂଚନାକାରୀଙ୍କ ଅନୁସାରେ, ଏଲଜି ଯଦି ଚାହିଁବେ ତ କେଜ୍ରିୱାଲଙ୍କୁ ସହଜରେ ଜେଲ୍‌ରୁ ରହି ସରକାର ଚଲେଇ ପାରିବେ। 

ସୂଚନାକାରୀଙ୍କ ଅନୁସାରେ , ସୁନିତା କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଭାବିଚିନ୍ତି ପାଦ ବଢାଇବ। କେଜ୍ରିୱାଲ ଜାଣନ୍ତି , ଯଦି ସେ ସୁନିତାଙ୍କୁ ସିଏମ୍‌ କରାନ୍ତି ତ ବିଜେପି ଭଳି ବିରୋଧି ଦଳ ତାଙ୍କ ଉପରେ ପରିବାରବାଦୀ ହେବାର ଅଭିଯୋଗ ଲଦି ପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.