ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସାପ କାମୁଡାରେ ସାପ ଧରାଲିର ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ବନ୍ୟପ୍ରାଣୀ ପିସିସିଏଫ

ଭୁବନେଶ୍ବର,୨୫।୬ : ସୋନପୁର  ଜିଲ୍ଲା ବିରମହରାଜପୁର ଥାନା ଆଗରେ ସାପ ଖେଳ ଦେଖାଉଥିବା ବେଳେ ସାପ  ଚୋଟରେ  ସାପ ଧରାଲି   ଗୌର କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲା। ବନ୍ୟପ୍ରାଣୀ ପିସିସିଏଫ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସୋନପୁର ଡିଏଫଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।  ସାପକୁ କାହିଁକି ଥାନାକୁ ଆଣିଥିଲେ ସାପ ଧରାଳି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା। ଥାନକୁ ଆସି ତଦନ୍ତ କରି ରିପୋର୍ଟ ଦେବାକୁ ଡିଏଫଓଙ୍କୁ ନିର୍ଦେଶ ଦେଇଛନ୍ତି। 

ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିଲା।  ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଡବାରେ ଧରି କୌଣସି କାମରେ ଥାନାକୁ ଆସିଥିଲେ । ତେବେ ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସାମ୍ନା ରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ସାପକୁ ପୁଣି ଡବା ଭିତରେ ଭରିବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ । ତୁରନ୍ତ ଗୌରଙ୍କୁ ପୋଲିସ ଭ୍ୟାନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.