ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ୱିମ୍ବଲଡନ ଚାମ୍ପିଅନସିପ୍: ତୃତୀୟ ରାଉଣ୍ଡ୍‌ରେ ଜୋକୋଭିକ୍‌, ମିନାଉର, ଜାବେଓର; ହର୍କାଜ ଦ୍ୱିତୀୟ ରାଉଣ୍ଡରୁ ବିଦା

Published By : Prameya | July 5, 2024 10:57 AM

ଲଣ୍ଡନ, ୦୫/୦୭: ଚଳିତ ୱିମ୍ବଲଡନର ଚତୁର୍ଥ ଦିବସରେ ସପ୍ତମ ସିଡ୍‌ ହ୍ୟୁବର୍ଟ ହର୍କାଜ ବିଦାୟ ନେଇଛନ୍ତି ।  ଅନ୍ୟ ପ୍ରମୁଖ ସିଡେଡ୍‌ ଖେଳାଳିମାନେ ବିଜୟ ଜାରି ରଖିଛନ୍ତି । ପୁରୁଷ ବର୍ଗରେ ଦ୍ୱିତୀୟ ସିଡ୍‌ ନୋଭାକ୍‌ ଜୋକୋଭିକ୍‌, ନବମ ସିଡ୍‌ ଆଲେକ୍ସ ଡି’ ମିନାଉର  ଏବଂ ମହିଳା ବର୍ଗରେ ଦଶମ ସିଡ୍‌  ଓନ୍ସ ଜାବେଓର, ୧୪ତମ ସିଡ୍‌  ଡାରିଆ କାସାଟକିନା, ପାଓଲା  ବଡୋଶା ପ୍ରମୁଖ ବିଜୟ  ହାସଲ କରିଛନ୍ତି । 

ମହିଳା ସିଙ୍ଗଲ୍ସ: ତୃତୀୟ  ରାଉଣ୍ଡ୍‌ରେ ଦଶମ ସିଡ୍‌  ଟ୍ୟୁନିସିଆର ଜାବେଓର  ସିଧାସଳଖ ୬-୧, ୭-୫ରେ  ଆମେରିକାର ରବିନ ମଣ୍ଟଗୋମେରୀଙ୍କୁ  ପରାସ୍ତ କରିଥିଲେ । ୧୩ତମ ସିଡ୍‌  ଓଷ୍ଟାପେଙ୍କୋ ୬-୩, ୬-୦ରେ ୟୁକ୍ରେନର  ଡାରିୟା ସ୍ନିଗରଙ୍କୁ ହରାଇଥିଲେ । ୧୪ତମ ସିଡ୍‌ ଡାରିଆ କାସାଟକିନା  ୬-୦, ୬-୦ରେ ବ୍ରିଟେନର ୟୁରିକୋ  ଲିଲି ମିୟାଜାକିଙ୍କୁ ପରାସ୍ତ କରିଥିଲେ ।  ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୫୧ମିନିଟ୍‌  ଲାଗିଥିଲା । 

୧୮ତମ ସିଡ୍‌ ୟୁକ୍ରେନର  ମାର୍ତା କୋତ୍ସେୁ୍ୟକ ୪-୬, ୭-୬ (୭- ୨), ୬-୪)ରେ ଅଷ୍ଟ୍ରେଲିଆର ଡାରିଆ ସେଭିଲଙ୍କୁ, ୧୨ତମ ସିଡ୍‌ ମାଡିସନ  କିଜ୍‌ ୬-୨, ୬-୨ରେ ଚୀନର ୟାଫାନ  ୱାଙ୍ଗ୍‌ଙ୍କୁ, ଚେକ୍‌ ଗଣରାଜ୍ୟର ବାର୍ବରା  କ୍ରେସିକୋଭା ୭-୬ (୮-୬), ୭-୬  (୭-୫)ରେ ଆମେରିକାର  କାଟି ଭୋଲିନେଟ୍ସଙ୍କୁ  ହରାଇଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ  କଲମ୍ବିଆର କାମିଲା  ଓସୋରିଓ ଆହତ  ହୋଇ ଓହରିଯିବା  ଫଳରେ ବ୍ରାଜିଲର ବିଟ୍ରିଜ୍‌  ହାଦାଦ୍‌ ମାୟାଙ୍କୁ ବିଜୟୀ ଘୋଷିତ କରାଯାଇଥିଲା । ସେ ୩-୦ରେ ଆଗୁଆ ରହିଥିଲେ ।  

ଦ୍ୱିତୀୟ ରାଉଣ୍ଡ୍‌ରେ ପାଓଲା  ବଡୋଶା ୬-୪, ୬-୨ରେ ଚେକ୍‌  ଗଣରାଜ୍ୟର ବ୍ରେଣ୍ଡା ଫ୍ରୁଭିର୍ତୋଭାଙ୍କୁ  ପରାସ୍ତ କରିଥିବାବେଳେ ସ୍ପେନର ଜେସିକା ବୌଜାସ ମାନେରିଓ  ୭-୬ (୭-୧), ୬-୩ରେ କ୍ରିଷ୍ଟିନା  ବୁକ୍‌ସାଙ୍କୁ, କାଜାଖସ୍ତାନର ୟୁଲିଆ  ପୁଟିନସେଭା ୬-୦, ୪-୬, ୬-୨ରେ  ଚେକ୍‌ଗଣରାଜ୍ୟର କାଟେରିନା  ସିନିୟାକୋଭାଙ୍କୁ ହରାଇ ତୃତୀୟ  ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । 

ପୁରୁଷ ସିଙ୍ଗଲ୍ସ: ପୋଲାଣ୍ଡ୍‌ ତାରକା  ହର୍କାଜ ଦ୍ୱିତୀୟ ରାଉଣ୍ଡ୍‌ରୁ ବିଦାୟ  ନେଇଛନ୍ତି । ଫ୍ରାନ୍ସର ଆର୍ଥର ଫିଲ୍ସଙ୍କ ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇ  ଓହରି ଯାଇଥିଲେ । ଫଳରେ ଫିଲ୍ସଙ୍କୁ  ବିଜୟୀ ଘୋଷଣା କରାଯାଇଥିଲା । ସେ  ୭-୬ (୭-୨), ୬-୪, ୨-୬, ୬-୬  (୯-୮)ରେ ଆଗୁଆ ରହିଥିଲେ । ଦ୍ୱିତୀୟ ସିଡ୍‌ ଜୋକୋଭିକ୍‌ଙ୍କୁ କଡ଼ା  ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା ।  ସେ ୩ଘଣ୍ଟା ୨ମିନିଟ୍‌ର ସଂଘର୍ଷ ପରେ  ବ୍ରିଟେନର ଜାକବ ଫର୍ନଲିଙ୍କୁ ୬-୩,  ୬-୪, ୫-୭, ୭-୫ରେ ପରାସ୍ତ  କରିଥିଲେ । ନବମ ସିଡ୍‌ ଆଲେକ୍ସ ଡି  ମିନାଉର ୬-୨, ୬-୨, ୭-୫ରେ  ସ୍ପେନର ଜୌମି ମୁନରଙ୍କୁ ହରାଇଥିଲେ ।

ଅନ୍ୟ ମ୍ୟାଚ୍‌ରେ ଦଶମ ସିଡ୍‌  ଗ୍ରିଗୋର ଦିମିତ୍ରୋଭ ୩ଘଣ୍ଟା ୨୯ ମିନିଟ୍‌ର  ସଂଘର୍ଷ ପରେ ଚୀନର ଜୁନଚେଙ୍ଗ ଶାଙ୍ଗ୍‌ଙ୍କୁ  ୫-୭, ୬-୭ (୪-୭), ୬-୪,  ୬-୨, ୬-୪ ସେଟ୍‌ରେ ହରାଇଥିଲେ ।  ସେହିପରି କାନାଡ଼ାର ଡେନିସ୍‌  ସାପୋଭାଲୋଭ ୫ ସେଟ୍‌ରେ  ବିଜୟ ହାସଲ କରିଥିଲେ । ସେ  ୭-୬ (୭-୩), ୬-୩, ୧-୬,  ୬-୭ (୩-୭), ୬-୪ରେ  ଜର୍ମାନୀର ଡାନିଏଲ୍‌ ଅଲ୍ଟମାୟରଙ୍କୁ  ପରାଜିତ କରିଥିଲେ । ଫ୍ରାନ୍ସର ଗାଏଲ  ମନଫିଲ୍ସ ୭-୬ (୭-୫), ୬-୪,  ୭-୬ (୭-୩)ରେ ସ୍ୱିଜରଲାଣ୍ଡ୍‌ର  ଷ୍ଟାନ୍‌ ୱାରିଙ୍କାଙ୍କୁ ହରାଇଥିଲେ ।  ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ କମ୍‌ସାନା  ୭-୫, ୧-୬, ୬-୭ (୧୨-୧୪),  ୬-୧, ୭-୬ (୧୦-୮)ରେ ଅଷ୍ଟ୍ରେଲିଆର  ଆଡାମ ୱାଲଟନଙ୍କୁ ପରାଜିତ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୪ଘଣ୍ଟା  ୧୩ମିନିଟ୍‌ ଲାଗିଥିଲା । 

୧୪ତମ ସିଡ୍‌ ଆମେରିକାର  ବେନ୍‌ ସେଲଟନ୍‌ ୪-୬, ୭-୬ (୭- ୫), ୬-୭ (୫-୭), ୬-୩, ୭-୬  (୧୦-୭)ରେ ଦକ୍ଷିଣ ଆଫ୍ରିକାର  ଲୟଡ୍‌ ହ୍ୟାରିସ୍‌ଙ୍କୁ ହରାଇଥିବାବେଳେ  ରୋମାନ ସୈଫୁଲିନ ୬-୨, ୬-୪,  ୫-୭, ୬-୩ରେ ଚେକ୍‌ ଗଣରାଜ୍ୟର  ଟୋମାସ ମାଚାକଙ୍କୁ ପରାସ୍ତ କରି ତୃତୀୟ  ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ । 

ପୁରୁଷ ଡବଲ୍ସ: ବୋପାନ୍ନା, ଭାମ୍ବ୍ରିଙ୍କ ବିଜୟ ଅଭିଯାନ ଭାରତର ପୁରୁଷ ଡବଲ୍ସ ଖେଳାଳି  ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରି ବିଜୟ  ସହ ଅଭିଯାନ ଆରମ୍ଭ କରିଛନ୍ତି । ଅନ୍ୟ  ପଟରେ ଏନ୍‌ ଶ୍ରୀରାମ ବାଲାଜୀ ପ୍ରଥମ  ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି ।  ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିଅନ୍‌ ବୋପାନ୍ନା  ଓ ମାଥ୍ୟୁ ଏବଡେନ ଯୋଡ଼ି ପ୍ରଥମ  ରାଉଣ୍ଡରେ ସିଧାସଳଖ ୭-୫,  ୬-୪ ସେଟ୍‌ରେ ନେଦରଲାଣ୍ଡ୍‌ସର  ସାଣ୍ଡର ଆରେଣ୍ଡ୍‌ସ-ରବିନ ହାସ  ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି  ମ୍ୟାଚ୍‌ ଜିତିବା ପାଇଁ ଦ୍ୱିତୀୟ ସିଡ୍‌  ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ୧ଘଣ୍ଟା  ୧୩ମିନିଟ୍‌ ଲାଗିଥିଲା । ସେହିପରି  ଭାମ୍ବ୍ରି ଓ ଫ୍ରାନ୍ସର ଆଲ୍‌ବାନୋ ଓଲିଭେଟି  ୬-୪, ୬-୪ରେ କାଜାଖସ୍ତାନର  ଆଲେକଜାଣ୍ଡର ବବଲିକ୍‌- ଆଲେକଜାଣ୍ଡର ସେଭଚେଙ୍କୋ ଯୋଡ଼ିଙ୍କୁ  ପରାଜିତ କରିଥିଲେ । ଅନ୍ୟ ପଟରେ  ବାଲାଜୀ ଓ ବ୍ରିଟେନର ଲ୍ୟୁକ ଜନସନ  ଯୋଡ଼ି ୪-୬, ୫-୭ରେ ଚତୁର୍ଥ ସିଡ୍‌  ମାର୍ସେଲୋ ଆରେଭାଲୋ-ମାଟ୍‌ ପେଭିକ୍‌  ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.