ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମାଙ୍କଡା ନଈରୁ ମହିଳାଙ୍କ ମୃତଦେହ ଉଦ୍ଧାର

 କେନ୍ଦୁଝର ସଦର,୬/୭(ଆପ୍ର): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଈରୁ ଆଜି ଜଣେ ଅଜଣା ମହିଳଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।ମୃତକ ଙ୍କ ପରିଚୟ ମିଳିପାରିନାହିଁ।

ଆଜି ସ୍ଥାନୀୟ ଲୋକେ ନଈରେ ମହିଳା ଙ୍କ ମୃତଦେହ ଭାସୁଥିବା ଦେଖିଵାକୁ ପାଇଥିଲେ।ଟଣ ସରପଞ୍ଚ ପୋଲିସଙ୍କୁ ଖବର ଦେବାରୁ କାଞ୍ଜିପାଣି ଥାନା ଏସ୍ ଆଇ ସ୍ବରୂପ ରଂଞ୍ଜନ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରିଥିଲେ।ଏନେଇ ୧୪/୨୪ ଏକ ଅପମୃତ ମାମଲା ରୁଜୁ ହୋଇଛି। ପରେ ଶବ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି।ତେବେ କଙ୍କଡା ଆଦି ଜଳଚର ପ୍ରାଣୀ ମହିଳାଙ୍କ ମୁହଁକୁ କାମୁଡି କ୍ଷତ ବିକ୍ଷତ କରିଦେଇଥିବାରୁ ତାଙ୍କୁ ଚିହ୍ନିଁବା କଷ୍ଟ ହେଉଛି।ସେ ନୀଳ ଓ ନାଲି ସହିତ ଧଳାରଙ୍ଗର ଚେକ୍ ସାଢୀ ଏକଫିକା ଲାଲି ରଙ୍ଗର ବ୍ଲାଉଜ ପିନ୍ଧିଛନ୍ତି।ତାଙ୍କର ଡାହାଣ ହାତରେ ଗୀତା ନାମକ ଏକ ଟାଟୁ ରହିଛି।ପରିଚୟ ମିଳିନଥିଵାରୁ ମୃତଦେହ ମେଡିକାଲ ଶବ ଗୃହରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.