ଆନନ୍ଦପୁର,୧୯।୧୧ : ଅନ୍ଧବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳା ଙ୍କୁ ପିଟିପିଟି ହତ୍ୟା । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମ ରେ ଏଭଳି ଘଟଣା ଘଟିଛି । ଗ୍ରାମ ର ହିକିନ ମାଝୀ ଙ୍କ ସ୍ତ୍ରୀ ଦୋଲି ମାଝୀ ଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯା ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତକିଛି ଦିନ ତଳେ ସିନିଙ୍ଗା ମାଝୀ ଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଶନିବାର ରାତିରେ ଦୋଲି ଶୋଇଥିବା ବେଳେ ତାଙ୍କ ସାନ ଯାଆ ଆକ୍ରମଣ କରିଥିଲେ । ଦୋଲିଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲିଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।