କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ଗ୍ରାମପଞ୍ଚାୟତ ଓ ବଡ଼ ମରିଭଟା ଗ୍ରାମର ମହିଳା ମାନେ ଏବେ ସ୍ୱାବଲମ୍ୱୀ ହେବା ଦିଗରେ ଆଗେଇଛନ୍ତି। ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ସୁସ୍ୱାଦୁ ଏବଂ ପୃଷ୍ଟିକର ବ୍ୟଞ୍ଜନ ଯେମିତିକି ଲଡ଼ୁ ,ଖଜା,ବାଦାମ ପୋକୋଡା,ମୁଡୁକି ,ପାପଡ, ବାଦାମ ବାର ଆଦି ପ୍ରସ୍ତୁତ କରି ସେମାନେ ଅର୍ଥ ରୋଜଗାର କରିବାକୁ ଅଗ୍ରସର ହୋଇଛନ୍ତି।
ଏହି ମହିଳାମାନେ ଆଗକୁ ମଧ୍ୟ ମାଣ୍ଡିଆରୁ ବିସ୍କୁଟ , ପାଉଁରୁଟି, କେକ୍ ଆଦି ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି। ମାଆମାନଙ୍କୁ IDBI ବ୍ୟାଙ୍କ ସହାୟତାରେ EDII ୧୮ ଦିନିଆ ମାଣ୍ଡିଆରେ ଖାଦ୍ୟ ତିଆରି ପ୍ରଶିକ୍ଷଣ ପ୍ରଦାନ କରୁଛି , ଆଉ ସ୍ବାବଲମ୍ବୀ ହେବାରେ ସହାୟତା କରୁଛି। ମହିଳା ମାନଙ୍କ ଏହି ପ୍ରଚେଷ୍ଟାରେ ସରକାର ସହାୟତାର ହାତ ବଢାଇଲେ ସେମାନେ ଢେର୍ ଆଗରୁ ଯାଇ ପାରିବେ ବୋଲି ମାଆ ମାନେ ଦୃଢକ୍ତି ପ୍ରଦାନ କରିଛନ୍ତି ।