ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱର ସବୁଠୁ ଡେଙ୍ଗା ଓ ଛୋଟ ବ୍ୟକ୍ତିଙ୍କ ଭେଟ, ୬ ବର୍ଷ ପରେ କାଲିଫର୍ଣ୍ଣିଆରେ ହେଲେ ଏକାଠି

ନୂଆଦିଲ୍ଲୀ ୨୨/୦୨: ୬ ବର୍ଷ ପରେ ପୁଣି କାଲିଫର୍ଣ୍ଣିଆରେ ଏକାଠି ହୋଇଛନ୍ତି ବିଶ୍ୱର ସବୁଠୁ ଡେଙ୍ଗା ଓ ସବୁଠୁ ଛୋଟ ବ୍ୟକ୍ତି । ଉଭୟ ସାଙ୍ଗହୋଇ ସକାଳ ଜଳଖିଆ କରିଛନ୍ତି । ତୁର୍କୀର ସୁଲତାନ କୋସେନ ଓ ଭାରତର ଜ୍ୟୋତି ଆମ୍‌ଗେ ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ବେଶ ଉପଭୋଗ କରିଛନ୍ତି । ଉଭୟଙ୍କ ଉଚ୍ଚତାରେ ୬ ଫୁଟରୁ ଅଧିକ ପାର୍ଥକ୍ୟ ରହିଛି । ଇଜିପ୍ଟରେ ଏକ ଫଟୋସୁଟ୍‌ ପାଇଁ ଉଭୟ ଶେଷ ଥର ୨୦୧୮ ମସିହାରେ ଭେଟିଥିଲେ । ଦେଶରେ ପର୍ଯ୍ୟଟନର ପ୍ରୋତ୍ସାହନ ଲାଗି ଇଜିପ୍‌ସିଆନ୍‌ ଟୁରିଜମ୍‌ ପ୍ରମୋସନ୍‌ ବୋର୍ଡ ଦ୍ୱାରା ଉଭୟ ଇଜିପ୍ଟ ଆମନ୍ତ୍ରିତ ହୋଇଥିଲେ । ଉଭୟଙ୍କ ସଦ୍ୟତମ ଭେଟର ଅନେକ ଫଟୋ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି, ଯେଉଁଥିରେ ଦୁହିଁଙ୍କ ଉଚ୍ଚତା ପାର୍ଥକ୍ୟ ସ୍ପଷ୍ଟ ବାରି ହେଉଛି । 

ଗିନିଜ୍‌ ବିଶ୍ୱ ରେକର୍ଡସ ଅନୁସାରେ, ୨୦୦୯ ମସିହାରେ ଚୀନ୍‌ର ସି ଶୁନ୍‌ଙ୍କୁ ପଛରେ ପକାଇ କୋସେନ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତିର ପରିଚୟ ପାଇଥିଲେ । ତାଙ୍କ ଉଚ୍ଚତା ୭ ଫୁଟ ୯ ଇଞ୍ଚ । ବିଶ୍ୱର ସବୁଠୁ ବଡ଼ ହାତର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି, ଯାହା ୧୧.୨ ଇଞ୍ଚ । ପିଟ୍ୟୁଟାରୀ ଜିଗାଣ୍ଟିଜମ୍‌ ନାମକ ସ୍ଥିତି ଯୋଗୁ ତାଙ୍କ ଉଚ୍ଚତା ଆଶାତୀତ ଭାବେ ବଢ଼ିଛି । ୧୨୭ ଦେଶ ଭ୍ରମଣ କରିଥିବା କୋସେନ ଏବେ ତୁର୍କୀର କଲ୍‌ଚରାଲ ଆମ୍ବାସଡର ଅଛନ୍ତି । ୧୯୯୩ ମସିହା, ଡିସେମ୍ବର ୬ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମିତ ଜ୍ୟୋତି ଆମ୍‌ଗେଙ୍କ ଉଚ୍ଚତା ୬୨.୮ ସେମି । ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପରେ ସେ ଅନେକ ଦେଶ ଭ୍ରମଣ କରିଛନ୍ତି । ଆକନ୍‌ଡ୍ରପ୍ଲାସିୟା ନାମକ ସ୍ଥିତି ଯୋଗୁ ତାଙ୍କର ଉଚ୍ଚତା ବଢ଼ିପାରିଲା ନାହିଁ । ଜଣେ ୨ ବର୍ଷୀୟ ଶିଶୁଠାରୁ ମଧ୍ୟ ତାଙ୍କ ଉଚ୍ଚତା କମ୍‌ । ୨୦୧୨ ମସିହାରେ ଟିଭି ଶୋ’ ବିଗ୍‌ ବସ୍‌ରେ ସେ ଅତିଥି ହୋଇ ଆସିଥିଲେ । ୨୦୧୪ ମସିହାରେ ଆମେରିକାନ୍‌ ହରର୍‌ ଷ୍ଟୋରୀ: ଫ୍ରିକ୍‌ ଶୋ’ର ସିଜନ୍‌-୪ରେ ସେ ଭାଗ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.