ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଯାଦୁଗରୀ ସ୍କୁଲ୍‌; ଏଠି ସବୁ ଉଭୟ ହାତରେ ଲେଖିବାକୁ ସକ୍ଷମ, ମନେ ରଖିଛନ୍ତି ୧୦୦ ଯାଏ ପଣିକିଆ

ଭୋପାଳ, ୧୪।୧୧: ଆପଣ ବଲିଉଡ୍ ଚଳଚ୍ଚିତ୍ର ୩-ଇଡିୟଟ୍ସ ତ ନିଶ୍ଚୟ ଦେଖିଥିବେ । ଫିଲ୍ମରେ ଭାଇରସ୍ ନାଁରେ ପରିଚିତ ଜଣେ ପ୍ରଫେସର ଥିଲେ । ଯିଏ ନିଜର ଉଭୟ ହାତରେ ଲେଖିବାରେ ସକ୍ଷମ ଥିଲେ । ଠିକ୍ ଏହିଭଳି ଏକ ସ୍କୁଲ୍ ରହିଛି ଯେଉଁଠାରେ ଜଣେ କି ଦୁଇ ଜଣ ନୁହେଁ, ବିଦ୍ୟାଳୟର ପ୍ରତ୍ୟେକ ପିଲା ଦୁଇ ହାତରେ ଲେଖିପାରନ୍ତି । କେବଳ ଏତିକି ନୁହେଁ, ଏମାନଙ୍କୁ ୫ଟି ଭିନ୍ନ ଭିନ୍ନ ଭାଷା ମଧ୍ୟ ଜଣା । ଏଥି ମଧ୍ୟରେ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ, ସଂସ୍କୃତ ଏବଂ ସ୍ପାନିଶ୍ ଭଳି ଭାଷା ସାମିଲ । ମଧ୍ୟପ୍ରଦେଶ ସ୍ଥିତ ସିଙ୍ଗ୍ରୋଲି ଜିଲ୍ଲାରେ ଏହି ନିଆରା ବିଦ୍ୟାଳୟ ରହିଛି । ବୋଧହୁଏ ଏହା ହେଉଛି ଦେଶର ପ୍ରଥମ ବିଦ୍ୟାଳୟ, ଯେଉଁଠାରେ ପିଲାମାନେ ଏଭଳି କଳାରେ ଦକ୍ଷତା ହାସଲ କରିଛନ୍ତି । ଏହି ବିଦ୍ୟାଳୟର ନାଁ ‘ବୀଣା ବାଦିନୀ ପବ୍ଲିକ୍ ସ୍କୁଲ୍ ବୁଦ୍ଧେଲା’ । ଯାହା ସିଙ୍ଗ୍ରୋଲି ଜିଲ୍ଲାର ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ । 

୧୯୯୯ରେ ଏହି ସ୍କୁଲ୍ ଆରମ୍ଭ ହୋଇଥିଲା । ବିଦ୍ୟାଳୟଟି ଦେଖିବାକୁ ଏକ ସାଧାରଣ ସ୍କୁଲ୍ ପରି । କିନ୍ତୁ, ଏଠାରେ ପିଲାଙ୍କୁ ଶିଖାଯାଉଥିବା କଳା କୌଣସି ଚମତ୍କାରଠୁ କମ୍ ନୁହେଁ । କାରଣ ଏଠାରେ ପଢ଼ୁଥିବା ପିଲାମାନେ ଉଭୟ ହାତରେ ଏକାସାଙ୍ଗରେ ବିଭିନ୍ନ ଭାଷାରେ ଲେଖିପାରନ୍ତି । ଏଠାରେ ୧୦୦ରୁ ଅଧିକ ପିଲା ପଢ଼ୁଥିବା ବେଳେ ସଭିଏଁ ଏହି କଳାରେ ପାରଙ୍ଗମ । ବିଦ୍ୟାଳୟରେ ଟେବୁଲ୍ କିମ୍ୱା ଚେୟାରର ବ୍ୟବସ୍ଥା ନାହିଁ । ଏଠାରେ ପିଲାମାନେ ତଳେ ବସି ପଢ଼ିବାର ନିୟମ ରହିଛି । ଏଥିପାଇଁ ତଳେ କାରପେଟ୍ ବିଛା ଯାଇଥାଏ, ଯେଉଁଠାରେ ପିଲାମାନେ ବସି ପାଠ ପଢ଼ନ୍ତି । ଏଥିସହିତ ହିନ୍ଦୁ ଧର୍ମ, ଗ୍ରନ୍ଥ ଓ ସଂସ୍କାର ବିଷୟରେ ଶିକ୍ଷା ଦିଆଯାଏ । ବିଦ୍ୟାଳୟରେ ୮ମ ଶ୍ରେଣୀ ଯାଏଁ ପଢ଼ିବାର ବ୍ୟବସ୍ଥା ରହିଥିବା ବେଳେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ବିଦ୍ୟାଳୟ ଚାଲେ । ଏଠାରେ ପଢ଼ୁଥିବା ପିଲା ୧୦୦ ଯାଏ ପଣକିଆ ମନେ ରଖିପାରନ୍ତି । 

ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଙ୍ଗଦ ଶର୍ମାଙ୍କ କହିବାନୁସାରେ, ପରୀକ୍ଷାରେ ପିଲାଙ୍କୁ ୩ ଘଣ୍ଟାର ସମୟ ମିଳେ । କିନ୍ତୁ, ଦୁଇ ହାତରେ ଲେଖିବା କାରଣରୁ ମାତ୍ର, ଦେଢ଼ ଘଣ୍ଟା ସମୟରେ ପିଲାମାନେ ପରୀକ୍ଷା ଶେଷ କରିଦିଅନ୍ତି । ପିଲାମାନେ ଗୋଟିଏ ହାତରେ ହିନ୍ଦୀ ଓ ଅନ୍ୟ ହାତରେ ଇଂରାଜୀ ଲେଖିପାରନ୍ତି । ବିରଙ୍ଗଦ ଶର୍ମା ଏହି ବିଦ୍ୟାଳୟକୁ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ, ସେ ଏହି ଶିକ୍ଷା ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ପାଇଛନ୍ତି । ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦୁଇ ହାତରେ ଲେଖିପାରନ୍ତି । ପରେ ଏହି ଜ୍ଞାନକୁ ଆଗକୁ ନେବା ପାଇଁ ସେ ଏଭଳି ଉପାୟ ଚିନ୍ତା କଲେ । ତେଣୁ ସିଙ୍ଗ୍ରୋଲିର ଏହି ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ଏପରି କଳା ଶିଖାଇବାକୁ ଆରମ୍ଭ କଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.