ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିଭାଇଡରରେ ମାଡ଼ ହୋଇଥିବା ବସ୍‌କୁ ପଛରୁ ଧକ୍କା ଦେଲା କାର: ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ମଥୁରା ଥିବା ଯମୁନା ଏକ୍ସପ୍ରେସ-ଓ୍ୱେରେ  ଭୟଙ୍କର ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହେଲା ଡବଲ୍‌ ଡେକର୍‌ ବସ୍‌। ଏତିକି ବେଳେ ହଠାତ୍‌ ବସ୍‌ର ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ସ୍ୱିଫ୍ଟ ଡିଜାୟର୍‌ କାର୍‌। ଫଳରେ ହୁ ହୁ ହୋଇ ଜଳି ଉଠିଲା କାର୍‌ ଓ ବସ୍‌। ନିଆଁ ଲାଗି କାର ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ ଜଣ।  

ମିଳିଥିବା ସୂଚନା ଅନୁସାରେ, ସେମାବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ମଥୁରାର ମହାଭନ ଥାନା ଅନ୍ତର୍ଗତ ମାଇଲଷ୍ଟୋନ୍‌ ୧୧୭ ପାଖରେ ଏହି ଦୁର୍ଘଯଣା ଘଟିଛି। ବସ୍‌ ବିହାରରୁ ଦିଲ୍ଲୀ ଆଡକୁ ଯାଉଥିଲା। ମାଇଲ ଷ୍ଟୋନ ୧୧୬-୧୧୭ନିକଟରେ ବସ୍‌ ଯାଇ ଡିଭାଇଡରରେ ମାଡ ହୋଇଥିଲା। ସେତେବେଳେ ପଛରୁ(ଆଗ୍ରା ଆଡୁ) ଆସୁଥିବା ସିଫ୍ଟ ଡିଜାୟର କାର ବସ୍‌ର ପଛ ଭାଗରେ ମାଡ ହୋଇଥିଲା। କୁହାଯାଉଛି ଯେ, ବସ୍‌ର ତେଲ ଟାଙ୍କିରେ କାର ମାଡ ହୋଇଥିବା ବସ୍ ଓ କାର ଦୁଇଟିରେ ନିଆଁ ଲାଗିଯାଇଥିଲା।

ନିଆଁ ଏତେ ଜୋରରେ ଜଳିଥିବା ରେ କାର ଯାତ୍ରୀଙ୍କୁ କାରରରୁ ବାହାରିବାର ସୁଯୋଗ ମିଳିନଥିଲା। ଏହା ମଧ୍ୟ ଅନୁମାନ କରାଯାଉଛି ଯେ, କାରର ସେଣ୍ଟ୍ରାଲ ଲକ୍ ଖରାପ ହୋଇଯାଇଥିଲା, ଏହି କାରଣରୁ କାରର ଯାତ୍ରୀ ସେଥିରୁ ବାହାରି ପାରିନଥିଲେ। ସୂଚନା ମିଳିବାର ପ୍ରାୟ ଅଧା ଘଣ୍ଟା ପରେ ପୋଲିସ ଓ ଟୋଲ୍ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ଯାଇଥିଲେ। ସେତେବେଳେ କାରରେ ଥିବା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇସାରିଥିଲେ।  ବସ୍‌ରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.