ଧର୍ମଗଡ଼, ୦୬/୦୮ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମରେ ଏଭଳି ଘଟଣା ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ପାଣ୍ଡରି ପଖାନ ଗ୍ରାମର ଲକ୍ଷ୍ମଣ ନାଏକ ମଙ୍ଗଳବାର ପାହାନ୍ତାରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଉଥିଲେ। ଏତିକି ବେଳେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ୨ଟି ଭାଲୁ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଲକ୍ଷ୍ମଣ କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।