ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଲେଟକୁ ଘୋଷାଡି ନେଲା ଟ୍ରକ, ଯୁବକ ମୃତ

ବାଲିପାଟଣା,୧।୨ : ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା କାକରୁଦ୍ରପୁର ରାସ୍ତାରେ ବୁଲେଟ୍ ଆରୋହୀଙ୍କୁ ଘୋଷାଡି ନେଲା ୪୦୭ ମିନିଟ୍ରକ୍ । ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ବାଲିଅନ୍ତା ଥାନା ଦେଉଳି ଗ୍ରାମରର ଚିନ୍ତାମଣୀ ସାହୁ । 

ସୂଚନା ଅନୁଯାଇ ଏକ ବୁଲେଟ୍ରେ ଚିନ୍ତାମଣୀ କାକରୁଦ୍ରପୁର ରାସ୍ତା ରେ ଯିବା ବେଳେ ଏକ ୪୦୭ ମିନିଟ୍ରକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ପରେ ତାଙ୍କୁ ପ୍ରାୟ ୩୦ ଫୁଟ ରାସ୍ତାରେ ଘୋଷାଡି ନେଇଥିଲା । ଏଥିରେ ବୁଲେଟ ଆରୋହୀ ଚିନ୍ତାମଣୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ୍ ହସ୍ପିଟାଲ୍‌ ପଠାଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

  ଦୁର୍ଘଟଣା ଘଟାଇ ୪୦୭ ମିନିଟ୍ରକ୍ ଡାଇଭର ଗାଡ଼ି ଛାଡି ଫେରାର୍ ହୋଇଯାଇଛି । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ବାଲିଅନ୍ତା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଆହୁରି ପଢନ୍ତୁ : ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ, ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.