ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କ୍ରିକେଟର ଯୁବରାଜ ସିଂଙ୍କ ହେବ ବାୟୋପିକ

ମୁମ୍ବାଇ,୨୧/୮:  ୨୦୧୧ରେ ଭାରତୀୟ କ୍ରିକେଟ୍ ଦଳକୁ  ଦିନିକିଆ ବିଶ୍ୱକପ ଟାଇଟଲ ଜିତିବାରେ ଯୁବରାଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯୁବରାଜ ସିଂ ବିଶ୍ୱକପ୍‌ରେ 'ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ପୁରସ୍କାର ବି ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦଳକୁ ମ୍ୟାଚ ଜିତିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ତାଙ୍କ ଶରୀର ଏକ ଭିନ୍ନ ଯୁଦ୍ଧରେ ଲଢୁଥିଲେ । ଯୁବରାଜ ସିଂ କର୍କଟ ଭଳି ଏକ ଗୁରୁତର ରୋଗକୁ ପରାସ୍ତ କରି ଜୀବନର ପ୍ରକୃତ ଯୁଦ୍ଧରେ ଜିତିଛନ୍ତି । ତେବେ ଯୁବରାଜ ସିଂଙ୍କ ଜୀବନ କାହାଣୀ ଏବେ ସାରା ବିଶ୍ୱ ଦେଖିବ । ବଡ଼ ପରଦାରେ ପ୍ରସ୍ତୁତ ହେବାକୁ ଯାଉଛି ଯୁବରାଜ ସିଂଙ୍କ ହେବ ବାୟୋପିକ । ବଲିଉଡର ଜଣାଶୁଣା ନିର୍ମାତା ଏହି ଫିଲ୍ମକୁ ପ୍ରସ୍ତୁତ କରିବେ ।

ଏହି ବାୟୋପିକ ଟି-ସିରିଜ୍ ବ୍ୟାନରରେ ନିର୍ମିତ ହେବାକୁ ଥିବା ବେଳେ ଭୂଷଣ କୁମାର ଏବଂ ରବି ଭାଗଚନ୍ଦକା ଏହି ବାୟୋପିକ ପ୍ରସ୍ତୁତ କରିବେ । ଭୂଷଣ କୁମାର ନିର୍ମାତା ଥିବା ବେଳେ ସହଯୋଗରେ ଯୁବରାଜ ସିଂଙ୍କ ବାୟୋପିକ ଫିଲ୍ମର ନିର୍ଦ୍ଦେଶନା ଦେବେ ରବି ଭାଗଚନ୍ଦକା । ଯୁବରାଜ ସିଂଙ୍କ ଜୀବନୀର ପୁରା ଯାତ୍ରା ତାଙ୍କ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯିବ । ଯୁବରାଜ ସିଂଙ୍କ ନିର୍ମାତା ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ''କିମ୍ବଦନ୍ତୀ ଯାତ୍ରାକୁ ପିଚ୍ ରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଥିବା ଯୁବରାଜ ସିଂଙ୍କ ଜୀବନୀ କାହାଣୀ ଖୁବଶୀଘ୍ର ବଡ ପରଦାରେ ଆସିବ। 

ଏହି ବାୟୋପିକରେ କେଉଁ ଅଭିନେତା କ୍ରିକେଟର ଭୂମିକାରେ ନଜର ଆସିବେ ସେ ବିଷୟରେ କୌଣସି  ସୂଚନା ମିଳିନାହିଁ । କିନ୍ତୁ ବାୟୋପିକ ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଏନେଇ ଆଲୋଚନା ଜୋର ଧରିଛି । ଅନେକ କହିଛନ୍ତି ଯେ ଯୁବରାଜ ସିଂଙ୍କ ବାୟୋପିକ୍ ପାଇଁ ଟାଇଗର ଶ୍ରଫ୍ ସର୍ବୋତ୍ତମ ପସନ୍ଦ। ଏଥିସହ ଯୁବରାଜ ସିଂ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଯଦି ମୋର ବାୟୋପିକ୍ ତିଆରି ହୁଏ ତେବେ ସିଦ୍ଧାନ୍ତ ଚତୁର୍ବେଦୀ ଏଥିରେ ତାଙ୍କ ଚରିତ୍ରରେ ଅଭିନୟ କରିବା ଉଚିତ । ବାସ୍ତବରେ, ସିଦ୍ଧାର୍ଥ ଚତୁର୍ବେଦୀଙ୍କ ପାଇଁ ପ୍ଲସ୍ ପଏଣ୍ଟ ହେଉଛି ଯେ ତାଙ୍କର ଚେହେରା ଏବଂ ଫିଜିକ୍ ଯୁବରାଜ ସିଂଙ୍କ ସହ ସମାନ । ତେବେ ଦେଖିବାକୁ ବାକି ରହିଲା ଯୁବରାଜ ସିଂଙ୍କ ଭୂମିକାରେ କିଏ ଆସିବେ ନଜର।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.