ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଲଢ଼ିବେ ଜର୍ଦ୍ଦାରୀଙ୍କ ଝିଅ ଆସିଫା, ଭାଇ ବିଲାୱଲଙ୍କ ଆସନରୁ ପ୍ରାର୍ଥୀ ହେବେ

ଇସ୍‌ଲାମାବାଦ,୨୭/୦୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଓ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ସାନ ଝିଅ ଆସିଫା ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।  ଜିଓ ଲାଇଭ୍‌ ରିପୋର୍ଟ ମୁତାବକ ଆସିଫା ନ୍ୟାସନାଲ୍‌ ଆସେମ୍ବ୍ଲି  (ସଂସଦ) ପାଇଁ ହେବାକୁ ଥିବା  ଉପନିର୍ବାଚନରେ ଭାଇ ବିଲାୱଲ  ଭୁଟ୍ଟୋଙ୍କ ଶହଦକୋଟ ଆସନରୁ  ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତୁତି  ଚଳାଇଛନ୍ତି । 

ବିଲାୱଲ ଏଥର  ଉଭୟ ଶହଦକୋଟ ଓ ଲରକାନା  ଆସନରୁ ନିର୍ବାଚନ ଲଢ଼ିଥିଲେ ।  ଦୁଇଟିଯାକ ଆସନରୁ ବିଜୟୀ ହୋଇଥିଲେ । ତାଙ୍କୁ ଏବେ ଗୋଟିଏ  ଖାଲି କରିବାକୁ ହେବ । କୁହାଯାଉଛି ଯେ ବିଲାୱଲ ଲରକାନା  ଆସନକୁ ରଖି ଶହଦକୋଟକୁ ଭଉଣୀ ଆସିଫାଙ୍କ ପାଇଁ  ଛାଡ଼ିଦେବେ । ଆସିଫାଙ୍କୁ ସେ ରାଜନୀତିରେ ସାମିଲ କରାଇବାକୁ  ଚାହୁଁଛନ୍ତି । ଯେ କୌଣସି ମୁହୂର୍ତ୍ତରେ ଏ ନେଇ ଘୋଷଣା  ହୋଇପାରେ।

ରିପୋର୍ଟ ମୁତାବକ ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ  ବିଲାୱଲ ଆସିଫାଙ୍କୁ ରାଜନୀତିରେ ସାମିଲ କରାଇବା ପାଇଁ ଚୂଡ଼ାନ୍ତ  ନିଷ୍ପତ୍ତି ନେଇସାରିଛନ୍ତି । ଆସିଫାଙ୍କଠାରେ କିଛି ଲୋକ ବେନଜୀରଙ୍କ  ଝଲକ ଦେଖିବାକୁ ପାଉଥିବା କହିଛନ୍ତି । ତାଙ୍କ ଭାଷଣକୁ ବି ଅନେକ  ଲୋକ ପସନ୍ଦ କରୁଛନ୍ତି । ତା’ଛଡ଼ା ଲଣ୍ଡନରେ ରହି ସୁଦ୍ଧା ଆସିଫା  ପାକିସ୍ତାନ ରାଜନୀତିକୁ ନେଇ ସକ୍ରିୟ ରହିଛନ୍ତି । ଆହୁରି କୁହାଯାଉଛି  ଯେ ନୱାଜ ଶରିଫଙ୍କ ଦଳକୁ ସମର୍ଥନ କରିବାକୁ ବିଲାୱଲ ପ୍ରଥମେ  ଚାହୁଁ ନ ଥିଲେ । ଏଥିପାଇଁ ଆସିଫା ହିଁ ତାଙ୍କୁ ମନାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.