ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କିଏ ଧରିବେ ପୁରୀ ବିଜେଡି ସଭାପତି ମଙ୍ଗ ? ହେଭିୱେଟ୍‌ ନେତାଙ୍କ ସନ୍ଧାନ, ଚର୍ଚ୍ଚାରେ ସଞ୍ଜୟ ଦାସବର୍ମାଙ୍କ ନାଁ

ପୁରୀ ୧୮/୧୧: ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ କିଏ ଧରିବେ ବିଜେଡିର ମଙ୍ଗ? ବାଚସ୍ପତି, ମନ୍ତ୍ରୀ, ବିଧାୟକ, ନଗରପାଳ ଭାବେ ୪୦ ବର୍ଷର ରାଜନୈତିକ ଅନୁଭୂତି ରଖିଥିବା ମହେଶ୍ୱରଙ୍କର ମଶବିକଳ୍ପ ହେବେ କିଏ? ବିଜେଡି ଗଡ଼ ହୋଇଥିଲେ ମଧ୍ୟ ବ୍ରହ୍ମଗିରି ଓ ପୁରୀ ବିଧାନସଭା ଆସନ ୨୦୧୯ରେ ବିଜେଡି ହାତରୁ ଚାଲିଯାଇଥିଲା । ଲୋକସଭା ଆସନରେ ମଧ୍ୟ ବିଜେଡିର ଭୋଟ ହାର କମିଥିଲା । ଏଣୁ ଏହାର ପୂର୍ବ ଦବ୍‌ଦବା ଫେରାଇବାକୁ ପୁରୀର ନେତୃତ୍ୱ ନେବା ପାଇଁ ଏବେ ବିଜେଡି ଜଣେ ହେଭିୱେଟ୍‌ଙ୍କ ସନ୍ଧାନରେ ରହିଛି ।  

ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ପ୍ରଥମେ ଆସୁଛି ସଞ୍ଜୟ ଦାସବର୍ମାଙ୍କ ନାଁ । କିଛିଦିନ ତଳେ ସଞ୍ଜୟଙ୍କୁ ଭଦ୍ରକ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । କିଛି ଦିନର ନିରବତା ପରେ ସଞ୍ଜୟ ପୁଣି ରାଜନୀତିକୁ ରିଟର୍ଣ୍ଣ କରିଛନ୍ତି । ଏଣୁ ତାଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ମିଳିବାର ସମ୍ଭାବନା ଯଥେଷ୍ଟ ଅଧିକ । ନିମାପଡ଼ା ବିଧାୟକ ସମୀର ଦାସ ବିବାଦକୁ ଆସି ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି । ଏଣୁ ଜିଲ୍ଲା ସଭାପତି ଭାବେ ସୁପ୍ରିମୋ ତାଙ୍କ ଉପରେ ଆସ୍ଥାପ୍ରକଟ କରିବା ସମ୍ଭାବନା କମ୍‌ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୁବ ଚେହେରା ହୋଇଥିବାରୁ ତାଙ୍କୁ ଜିଲ୍ଲା ଦାୟିତ୍ୱ ମିଳି ନପାରେ । 

ସେପଟେ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସମାନ୍ତରାଳ ନେତୃତ୍ୱ ସୃଷ୍ଟି ହେଲେଣି । ଏଣୁ ବିଜେଡିକୁ ଆସନ୍ତା ନିର୍ବାଚନରେ ଖୁବ ସତର୍କତାର ସହ ଟିକେଟ ବାଣ୍ଟିବାକୁ ହେବ । ମହେଶ୍ୱରଙ୍କ ପରେ ଅନୁକମ୍ପା ଭୋଟ ହାତେଇବାକୁ ପୁଅ ସୁନୀଲ ମହାନ୍ତିଙ୍କୁ ଟିକେଟ ମିଳିପାରେ । ସେପଟେ ପୁରୀ ସଦର ଓ ପୌରାଞ୍ଚଳରେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ନିଜର ସଂଗଠନ ସୁଦୃଢ଼ କରିଲେଣି । ଏସବୁ ପରିସ୍ଥିତିକୁ ସାମ୍ନା କରି ପୁରୀରେ ବିଜେଡି ଦବ୍‌ଦବା ଫେରେଇବାକୁ କାହା କାନ୍ଧରେ ସୁପ୍ରିମୋ ଜିଲ୍ଲା ସଭାପତି ଦାୟିତ୍ୱ ଦେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

Copyright © 2022 - Summa Real Media Private Limited. All Rights Reserved.