ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ୱାର୍ଡରେ ପଶି ଫିଙ୍ଗିଲେ ଅଳିଆ

ଭୁବନେଶ୍ୱର, ୧୩।୯: ହାତରେ ସାଲାଇନ ଲାଗିଛି । ବେଡ୍‌ରେ ଶୋଇଛନ୍ତି ରୋଗୀ । ବେଡ୍‌ ଚାରିପାଖେ କୁଢ଼କୁଢ଼ ପଚାସଢ଼ା ଅଳିଆ । ଡଷ୍ଟବିନ୍‌ ଗଡ଼ୁଛି ମୁଣ୍ଡ ପାଖରେ । ଦୁର୍ଗନ୍ଧ  ଏମିତି ଯେ ପେଟରୁ ବାନ୍ତି ବାହାରି ଯାଉଛି । ଇଏ ହେଉଛି କ୍ୟାପିଟାଲ ହସ୍ପିଟାଲ ଅବସ୍ଥା । ଜଣେ କି ଦୁଇଜଣ ରୋଗୀ ଏ ଦୁର୍ଦ୍ଦଶା ଭୋଗୁନାହାନ୍ତି । ପୂରା ହସ୍ପିଟାଲ ଏମିତି ଗନ୍ଧରେ କଲବଲ ହେଉଛି । ସ୍ଥିତି ଏମିତି- ଯେଉଁ ହସ୍ପିଟାଲକୁ ରୋଗୀ ସୁସ୍ଥ  ହେବାକୁ ଆସିଛନ୍ତି, ସେଠାରେ ଏବେ ସଂକ୍ରମଣ  ମାଡ଼ିବା ଆଶଙ୍କା ଘାରିଲାଣି । ରୋଗୀ ସାଥୀରେ  ଥିବା ସମ୍ପର୍କୀୟ ବି ରୋଗରେ ପଡ଼ିଲେଣି ।  ସଫେଇ କର୍ମଚାରୀଙ୍କ ଉତ୍ପାତରେ ପୂରା  କ୍ୟାପିଟାଲ ହସ୍ପିଟାଲ ଡମ୍ପିଂୟାର୍ଡ ପାଲଟିଛି ।  ପ୍ରତି ୱାର୍ଡ, କ୍ୟାବିନ, କାଜୁଆଲିଟି, ଏମିତିକି   ଅପରେସନ ଥିଏଟର ଭିତରେ ବି କୁଢ଼କୁଢ଼  ଅଳିଆ ପଡ଼ିଛି । ଡାକ୍ତରଙ୍କ ଟେବୁଲ ବି ବାଦ୍‌  ପଡ଼ିନି । ୪ ଦିନର ଅଳିଆକୁ ଏମିତି ଫିଙ୍ଗା  ଯାଇଛି, ଯେମିତି ହସ୍ପିଟାଲ ନୁହେଁ, ଡମ୍ପିଂୟାର୍ଡ   ଭଳି ଲାଗୁଛି । ୟା’ ଭିତରେ ଚାଲିଛି ରୋଗୀ ଚିକିତ୍ସା । 

କ୍ୟାପିଟାଲ ହସ୍ପିଟାଲରେ ରବିବାରଠାରୁ  ଧାରଣାରତ ସଫେଇ କର୍ମଚାରୀଙ୍କ ଉତ୍ପାତ ଆଜି  ସବୁ ସୀମା ଟପିଗଲା । ହସ୍ପିଟାଲରୁ ଅଳିଆ ତ ଉଠାଇଲେନି, ଓଲଟି ହସ୍ପିଟାଲ ସାରା ବୁଲି  ବୁଲି ଅଳିଆ ଗଦାଇଲେ । ୱାର୍ଡରୁ କ୍ୟାବିନ  ଯାଏଁ, ଯେଉଁଠି ଇଚ୍ଛା ହେଲା ପଚାସଢ଼ା ଅଳିଆ   ଫିଙ୍ଗିଲେ । ଡଷ୍ଟବିନ୍‌ ଟେକି ନେଇ ରୋଗୀଙ୍କ   ପାଖରେ ଥୋଇ ଦେଲେ । ଡାକ୍ତରଙ୍କ ଟେବୁଲକୁ   ଛାଡ଼ିଲେନି । ଆଇସିୟୁ ସମ୍ମୁଖରେ ମଳ ମୂତ୍ର ପଡ଼ିରହିଛି । ପ୍ରସୂତି ୱାର୍ଡଠାରୁ ଅସ୍ତ୍ରୋପଚାର  ଗୃହ ଏବଂ ଆଇସିୟୁଠାରୁ ମେଡିସିନ୍‌ ୱାର୍ଡ  ପର୍ଯ୍ୟନ୍ତ ସବୁଠି ଅବସ୍ଥା ଅସମ୍ଭାଳ । ଗନ୍ଧରେ ନାକ ଫାଟିଯାଉଛି, ପେଟରୁ ବାନ୍ତି ବାହାରି ଯାଉଛି ।  ସଫେଇ କର୍ମଚାରୀମାନେ ଧାରଣା ଆଳରେ  ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲରେ ଅରାଜକତା  ଖେଳାଇଛନ୍ତି । ସକାଳୁ ସଞ୍ଜ ଯାଏଁ ସେମାନଙ୍କ  କବ୍‌ଜାରେ ଥିଲା ପୂରା ହସ୍ପିଟାଲ । ଜିଲ୍ଲାପାଳ,  ବିଧାୟକ କି ବିଏମ୍‌ସି କମିଶନର କାହାରିକୁ ଖାତିର୍‌  କଲେନି । ନାଲି ଆଖି ଦେଖାଇ ଧମକାଇଲେ ।  କହିଲେ, ଆମ ଦାବି ମାନ, ନହେଲେ ହସ୍ପିଟାଲରେ ଆହୁରି ଅଳିଆ ଗଦାଇବୁ । ପୂରା   ହସ୍ପିଟାଲକୁ ଡମ୍ପିଂୟାର୍ଡ କରିଦେବୁ ।   ସଫେଇ କର୍ମଚାରୀଙ୍କ ଏଭଳି ଉତ୍ପାତରେ ରୋଗୀ ନାଚାର । ଚିକିତ୍ସା ସେବା ପାଇଁ ଆସି ନର୍କ ଯନ୍ତ୍ରଣା ପାଉଛନ୍ତି । ଡାକ୍ତର ବି  ସେବା ଦେବାକୁ ଯାଇ ସମଦଶା ଭୋଗୁଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀ  ମଧ୍ୟ ସେଥିରେ ଛଟପଟ । ରୋଗୀ ବାଧ୍ୟ ହୋଇ ଚିକିତ୍ସା ଅଧାରୁ   ଛାଡ଼ି ପଳାଉଛନ୍ତି । ଗେଟ୍‌ରୁ ଭିତରକୁ ପଶିଲାବେଳକୁ ଏମିତି ଗନ୍ଧ ହେଉଛି, ଯେମିତି ମଲା ପଶୁ ପଡ଼ି ପଡ଼ି ସଢ଼ିଗଲାଣି ।  

ଆଶ୍ଚର୍ଯ୍ୟର କଥା, ପୂରା ପ୍ରଶାସନ ହାତ ଟେକି ଦେଇଛି ।  ଯେମିତି ସଫେଇ କର୍ମଚାରୀଙ୍କ ଉତ୍ପାତ ଉପରେ କାହାରି କର୍ତ୍ତୃତ୍ୱ  ନାହିଁ । ହସ୍ପିଟାଲର ଫାଣ୍ଡି ପୁଲିସ ସହ ବାଟାଲିଅନ ଯବାନ  ମୁତୟନ ଅଛନ୍ତି । ମାତ୍ର କେହି କିଛି କରୁନାହାନ୍ତି । ପୁଲିସ ଆଖି   ଆଗରେ ଆନ୍ଦୋଳନକାରୀ ସଫେଇ କର୍ମଚାରୀ ଏଭଳି କାରନାମା  କରୁଛନ୍ତି । ପୁଲିସ ନା ରୋକୁଛି ନା କାର୍ଯ୍ୟାନୁଷ୍ଠାନ ନେଉଛି ।  ହସ୍ପିଟାଲ କର୍ତ୍ତୃପକ୍ଷ ବି ହାତ ଟେକି ଦେଇଛନ୍ତି ।  ମଙ୍ଗଳବାର ପୂରା ଦିନର ଚିତ୍ର ଥିଲା ଏମିତି । ସକାଳ  ୭ଟାରୁ ପ୍ରଶାସନ ବିଲ୍ଡିଂ ସାମ୍ନାରେ ପୁଣି ଧାରଣା ଚାଲିଲା । କିଛି  ସଫେଇ କର୍ମଚାରୀ ନାରାବାଜି ଲଗାଉଥିଲେ । କ୍ୟାପିଟାଲ   ହସ୍ପିଟାଲ ଫାଣ୍ଡି ଓ ବାଟାଲିଅନ୍‌ ଯବାନ ସେମାନଙ୍କୁ ଜଗି ରହିଥିଲା । ଅନ୍ୟପଟେ ହସ୍ପିଟାଲ ଭିତରେ କିଛି ସଫେଇ କର୍ମଚାରୀ ଉତ୍ପାତ  ଆରମ୍ଭ କରିଦେଲେ । ୨ ଦିନ ଧରି ହସ୍ପିଟାଲରେ ଗଦା ହୋଇଥିବା ଅଳିଆକୁ ଇଆଡେ ସିଆଡ଼େ ଫିଙ୍ଗିବାକୁ ଲାଗିଲେ । ହସ୍ପିଟାଲ  ବିଲ୍ଡିଂ ବାହାରେ ଥିବା ଡଷ୍ଟବିନ୍‌କୁ ଘୋଷାଡ଼ି ନେଇ ରୋଗୀଙ୍କ  ପାଖରେ ଅଜାଡ଼ିଦେଲେ । ଏମିତିକି ଅଳିଆ ଉଠାଇବାକୁ ଚେଷ୍ଟା  କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଠେଲାପେଲା କଲେ । ଅଭଦ୍ର   ଗାଳିରେ କମ୍ପୁଥିଲା ହସ୍ପିଟାଲ ପରିସର ।   ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସକାଳୁ  ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଇଥିଲେ । ମାତ୍ର ସେ ବୁଝାଇପାରିଲେନି, ଫେରିଗଲେ । ତା’ ପରେ ବିଧାୟକ ଅନନ୍ତ  ନାରାୟଣ ଜେନା, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ  ମଧ୍ୟ ପହଞ୍ଚିଥିଲେ । ସେମାନେ ବି ପାରିଲେନି । 

କ୍ୟାପିଟାଲ ଥାନା  ଅଧିକାରୀ ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀ ମଧ୍ୟ ସଫେଇ  କର୍ମଚାରୀଙ୍କ ଦାଦାଗିରି ସାମ୍ନାରେ ନାଚାର୍‌ ଲାଗୁଥିଲେ । ସାଂସଦ  ଅପରାଜିତା ଷଡ଼ଙ୍ଗୀ ବି ସେମାନଙ୍କୁ ବୁଝାଇବାକୁ ଆସିଥିଲେ ।  ତାଙ୍କ କଥା ବି ଶୁଣିଲେନି ।  ମୂଳ ବିବାଦ ରହିଛି ସଫେଇ କର୍ମଚାରୀଙ୍କ ଦାବିକୁ  ନେଇ । ଆସନ୍ତା ୧୫ ତାରିଖରୁ ନୂଆ କମ୍ପାନୀ ‘କ୍ୟୁଇଜ୍‌ କର୍ପ  ଲିଃ’ କ୍ୟାପିଟାଲ ହସ୍ପିଟାଲ୍‌ରେ ସଫେଇ ଓ ସୁରକ୍ଷା ଗାର୍ଡ ଏବଂ  ଅନ୍ୟାନ୍ୟ ଦାୟିତ୍ୱ ନେବ । ତେବେ ଏହା ପୂର୍ବରୁ ଯେଉଁ ସଂସ୍ଥା  ଦାୟିତ୍ୱରେ ଥିଲା, ତା’ର ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ   ଓହ୍ଲାଇଛନ୍ତି । ସେମାନଙ୍କ ଦାବି ହେଲା-ସମସ୍ତ କର୍ମଚାରୀଙ୍କୁ ନୂଆ  କମ୍ପାନି ପୁନଃନିଯୁକ୍ତି ଦେଉ । ଦରମା ବୃଦ୍ଧି ସହ, ଇପିଏଫ୍‌,  ଇଏସ୍‌ଆଇ ଲାଗୁ କରାଯାଉ । ଏସବୁ ଦାବି ନେଇ ଆନ୍ଦୋଳନ  ଚଳାଇଥିବା କର୍ମଚାରୀମାନେ ଏବେ କ୍ୟାପିଟାଲ ହସ୍ପିଟାଲକୁ ପୂରା  ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି । ସେମାନେ ଯାହା ଇଚ୍ଛା, ତାହା  କରୁଛନ୍ତି ।

capital hospital
bhubaneswar

Copyright © 2022 - Summa Real Media Private Limited. All Rights Reserved.