ହାଇଦ୍ରାବାଦ, ୨୭/୧୧: ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଲାଗି ମତଦାନ ହେବ । ଭୋଟ୍ ପୂର୍ବରୁ କେସିଆର୍ ସରକାରଙ୍କୁ ଝଟକା ଲାଗିଛି । କେସିଆର ସରକାରଙ୍କ ପକ୍ଷରୁ ରାୟତୁ ବନ୍ଧୁ ଯୋଜନାରେ କୃଷକଙ୍କୁ ଦିଆ ଯାଉଥିବା ନଗଦ ସହାୟତା ଉପରେ ନିର୍ବାଚନ ଆୟୋଗ ରୋକ୍ ଲଗାଇଛନ୍ତି ।
ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି, ଏହି ଯୋଜନାକୁ ତୁରନ୍ତ ରୋକା ଯାଉ । ସୂଚନା ଅନୁସାରେ, ପୂର୍ବରୁ ଏଥିପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଥିଲେ । କିନ୍ତୁ ବିଆରଏସ୍ ନେତା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ପରେ ନିର୍ବାଚନ ଆୟୋଗ କଡ଼ା ପଦକ୍ଷେପ ନେଇଛନ୍ତି ।
ସି ଭୋଟରେ ସର୍ଭେରେ କଂଗ୍ରେସକୁ ଝଟକା, ତେଲଙ୍ଗାନାରେ ହ୍ୟାଟ୍ରିକ୍ ମାରିବେ କେସିଆର୍ !
କୁହାଯାଉଛି ବିଆରଏସ୍ ସରକାରରେ ମନ୍ତ୍ରୀ ଥିବା ଏହାର ଘୋଷଣା ନିର୍ବାଚନୀ ସଭାରେ କରୁଥିଲେ । ନିର୍ବାଚନ ଆୟୋଗ କହିଛନ୍ତି, ଆଦର୍ଶ ନିର୍ବାଚନ ଆଚରଣି ବିଧି ବଳବତ୍ତର ଥିବା ପର୍ଯ୍ୟନ୍ତ କୌଣସି ବି ଅର୍ଥରାଶି ଜାରି କରାଯିବ ନାହିଁ । ପୂର୍ବରୁ କିଛି ସର୍ତ୍ତ ସହ ରବି ଫସଲ ଲାଗି କିସ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ମିଳିଥିଲା ।
ରାଜ୍ୟ ସରକାରଙ୍କୁ କୁହା ଯାଇଥିଲା ନିର୍ବାଚନ ପ୍ରଚାରରେ ଏହି ଯୋଜନା ବିଷୟରେ ଘୋଷଣା କରାଯିବ ନାହିଁ । କିନ୍ତୁ ରିପୋର୍ଟ ଅନୁସାରେ, କେସିଆର ସରକାରଙ୍କ ଜଣେ ମନ୍ତ୍ରୀ ସଭାରେ ରାୟତୁ ବନ୍ଧୁ ସ୍କିମର ଗୁଣଗାନ କରିଥିଲେ । ଏପରିକି ମନ୍ତ୍ରୀ ମଞ୍ଚରେ କହିଥିଲେ, କୃଷକଙ୍କ ଖାତାକୁ ଟଙ୍କା ଆସିବ । ଯାହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା ।
ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେନି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ଶର୍ମିଳା