ନୂଆଦିଲ୍ଲୀ – ୫ ମାସ ପରେ ଜେଲ୍ରୁ ବାହାରିଲେ ବିଆରଏସର ନେତା କେ.କବିତା। ସୁପ୍ରିମକୋର୍ଟ ମଙ୍ଗଳବାର ( ୨୭ ଅଗଷ୍ଟ)ରେ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ,କେ . କବିତାଙ୍କୁ ଆଶ୍ୱସ୍ତି ପୂର୍ବକ ଜାମିନ ପ୍ରଦାନ କରିଛନ୍ତି। ଏହାପରେ ରାଉଜ ଏଭେନ୍ୟୁ କୋର୍ଟ କେ.କବିତାଙ୍କ ପାଇଁ ରିଲିଜ ୱାରେଣ୍ଟ ଜାରି କରିଛନ୍ତି।
ଏହାପରେ ବିଆରଏସ ନେତା କେ.କବିତାଙ୍କୁ ମୁକ୍ତ କରି ଦିଆ ଯାଇଛି। ଜେଲରୁ ବାହାରିବା ପରେ କେ.କବିତା କହିଛନ୍ତି –ମୁଁ ଆଜି ପାଖାପାଖି ୫ମାସ ପରେ ନିଜ ପୁଅ , ଭାଇ ଓ ସ୍ୱାମୀଙ୍କ ସହ ମିଶି ଭାବୁକ ହୋଇ ଯାଇଛି । ଏହି ସ୍ଥିତି ପାଇଁ କେବଳ ରାଜନୀତି ଦାୟୀ । ଦେଶ ଜାଣିଛି ଯେ, ମୋତେ କେବଳ ରାଜନୀତି କାରଣରୁ ଜେଲ୍କୁ ପଠାଗଲା । ମୁଁ କୌଣସି ଭୁଲ କରି ନାହିଁ।
ଅନ୍ୟପଟେ କେ.କବିତା ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ୍ ପାଇବା ପରେ ତେଲେଙ୍ଗାନାରେ ରାଜନୀତି ମାହୋଲ ସରଗରମ ହୋଇଛି। କଂଗ୍ରେସ ଓ ବିଜେପି ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି।