ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସୁପ୍ରିମକୋର୍ଟଙ୍କ ଆଦେଶକୁ ଅଧ୍ୟୟନ କରିବା ପରେ ଦିଲ୍ଲୀରେ ଅଡ୍-ଇଭିନ୍ ଲାଗୁ ନେଇ ନିଷ୍ପତ୍ତି ନେବୁ : ପରିବେଶ ମନ୍ତ୍ରୀ ଗୋପାଳ ରାୟ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଖୁବ୍‌ ସାଙ୍ଘାତିକ ରୂପ ନେଇଛି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି। ବାୟୁର ଗୁଣବତ୍ତାକୁ ଠିକ୍‌ କରିବା ପାଇଁ ଅନେକ ଦିଲ୍ଲୀ ସରକାର ଅନେକ ଉପାୟ ଅବଲମ୍ୱନ କରୁଛନ୍ତି। ଆଉ ଏ ଭିତରେ ଦିଲ୍ଲୀରେ ଗାଡ଼ି ଚଳାଚଳ ନେଇ ଅଡ୍‌-ଇଭିନ ନମ୍ୱର ଲାଗୁ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ଲାଗୁ କରିବା ନେଇ ଏବେ ବି ସଂଶୟ ଲାଗି ରହିଛି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର କହିଛନ୍ତି କି, ସୁପ୍ରିମକୋର୍ଟଙ୍କ ଅବଜର୍ଭେସନର ଅଧ୍ୟୟନ କରିବା ପରେ ହିଁ ଅଡ୍‌-ଇଭିନ ଲାଗୁ କରିବାରେ ନିଷ୍ପତ୍ତି ନିଆଯିବ।  

ଦିଲ୍ଲୀରେ ବିପଜ୍ଜନକ ପ୍ରଦୂଷଣ: ଡିଜେଲ ଗାଡ଼ି ବ୍ୟାନ୍ ଓ ନିର୍ମାଣ କାମ ବନ୍ଦ, ନଡ଼ା ଜଳାଇବାରେ ହରିୟାଣାଠାରୁ ୧୦ ଗୁଣା ଆଗରେ ପଞ୍ଜାବ

ଆମେ ଅଡ୍‌ – ଇଭିନ ଲାଗୁ କରିବା ମାମଲାରେ ପରିବହନ କମିଶନର , ଯାତାୟାତ ପୁଲିସ ଓ ପରିବେଶ ଅଧିକାରୀଙ୍କ ସହ ବୈଠକ କରିଛୁ। ଆମେ ଆପଣଙ୍କୁ ଅଡ୍‌-ଇଭିନ ଗାଡ଼ି ଯୋଜନା ପାଇଁ ନିୟମ ବିଷୟରେ ସୂଚନା ଦେବାର ଥିଲା , କିନ୍ତୁ ଏହି ସମୟରେ ଆମେ ମିଡ଼ିଆରୁ ଅଡ୍‌-ଇଭିନ ଗାଡ଼ି ଯୋଜନା ବିଷୟରେ ସୁପ୍ରିମକୋର୍ଟଙ୍କ କିଛି ଟିପ୍ପଣୀ ଦେଖିଲୁ। ଏବେ ଆମେ ସ୍ଥିର କରିଛୁ କି,ଆମେ ପ୍ରଥମେ ସୁପ୍ରିମକୋର୍ଟଙ୍କ ଆଦଶର ଅଧ୍ୟୟନ କରିବୁ। 

ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ଏବେ ଦିଲ୍ଲୀରେ ପ୍ରଦୂଷଣ ଓ ଏହାର ହ୍ରାସ ପାଇଁ ଅଡ୍‌-ଇଭିନ୍‌ ଯୋଜନା ମାମଲାରେ ସୁପ୍ରିମକୋର୍ଟଙ୍କର ଯାହା ବି ପରାମର୍ଶ ଓ ଆଦେଶ ହେବ, ଆମେ ତାଙ୍କୁ ସାମିଲ କରିବୁ। ଏହାର ଅନୁରୂପ ଆମେ ନୀତି ପ୍ରସ୍ତୁତ କରିବୁ। ଆମେ ସୁପ୍ରିମକୋର୍ଟଙ୍କ ଲିଖିତ ଆଦେଶର ଅଧ୍ୟୟନ କରିବା ପରେ ହିଁ ଅଡ୍‌–ଇଭିନ ଉପରେ ସବୁ ତଥ୍ୟ ଆପଣଙ୍କ ସାମନାରେ ରଖିବୁ।


ପ୍ରଦୂଷଣର ସମସ୍ୟା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ସୁପ୍ରିମକୋର୍ଟ ଦିଲ୍ଲୀରେ ଫସଲ ଜଳାଇବା , ବାଣ ଫୁଟାଇବା ଓ ବାୟୁ ପ୍ରଦୂଷଣକୁ ନେଇ ନିଜର ଟିପ୍ପଣୀ ଦେଇଛନ୍ତି। ଆମ ସରକାର ସୁପ୍ରିମଙ୍କ ଆଦେଶକୁ ଲାଗୁ କରିବ। ପ୍ରଦୂଷଣର ସମସ୍ୟା ପୂରା ଉତ୍ତର ଭାରତର ସମସ୍ୟା। ମୋର ସବୁ ସରକାରଙ୍କୁ ଅନୁରୋଧ କି, ଯଦି ଆମେ ପ୍ରଦୂଷଣ ହ୍ରାସ କରିବା ପାଇଁ ସବୁ ପଦକ୍ଷେପ ଲାଗି କରିବା ତ ନିଶ୍ଚୟ ସଫଳ ହେବା। 

Copyright © 2022 - Summa Real Media Private Limited. All Rights Reserved.