ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜାରେ ଯୁଦ୍ଧ ବନ୍ଦ ହେବନି ଯଦି… ଜାତିସଂଘରେ ଇସ୍ରାଏଲ-ହମାସ ଦୁହିଁଙ୍କୁ ଶୁଣାଇଲା ଭାରତ, ଶାନ୍ତିର ରାସ୍ତା ଦେଖାଇଲା

ନୂଆଦିଲ୍ଲୀ,୧୪।୫: ଗାଜାରେ ମାନବୀୟ ସଙ୍କଟକୁ ନେଇ ଜାତିସଂଘରେ ଭାରତର ଖୋଲାଖୋଲି ନିନ୍ଦା। ଭାରତ କହିଛି, କୌଣସି ସ୍ଥିତିରେ ନାଗରିକଙ୍କ ମୃତ୍ୟୁକୁ ସ୍ବୀକାର କରିହେବନି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, ଯେଉଁଭଳି ହମାସ ଓ ଇସ୍ରାଏଲ ଭିତରେ ଜାରି ଯୁଦ୍ଧରେ ସାଧାରଣ ଜନତା ପେଶି ହେଉଛନ୍ତି ତାହା ଆଗାମୀ ଦିନରେ ବଡ ସଙ୍କଟର ଚେତାବନୀ।

ଜାତିସଂଘର ମହାସଭାର ଦଶମ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି କମ୍ବୋଜ କହିଛନ୍ତି, ୭ ମାସ ହେବ ଗାଜାରେ ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ବଡ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି,ଯାହାକି ଲଗାତାର ବଢିବାରେ ଲାଗିଛି। ଏବେ ଏହି ସଙ୍କଟ ଆହୁରି ବଡ ରୂପ ନେଇପାରେ। ଏଭଳି ସ୍ଥିତିରେ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ସଂଖ୍ୟା ୨୭୨୮କୁ ସ୍ବୀକାର କରିବା ଏକ ସକାରତ୍ମକ ପଦକ୍ଷେପ ହୋଇପାରେ।

ସେ କହିଛନ୍ତି, ଭାରତ ବହୁ ପରିସ୍ଥିତିରେ ଯୁଦ୍ଧକୁ ବିରୋଧ କରିଛି। ତାହା ଭିତରୁ ଗୋଟିଏ ଇସ୍ରାଏଲ ଓ  ହମାସ ଭିତରେ ଯୁଦ୍ଧ ମଧ୍ୟ ରହିଛି। ଯେଉଁଥିରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଛି। ଏହାଛଡା ଶିଶୁ ଓ ମହିଳାଙ୍କ ଜୀବନ ମଧ୍ୟ ଯାଇଛି। ଯେଉଁଭଳି ମାନବୀୟ ସଙ୍କଟ ସୃଷ୍ଟି ହୋଇଛି, ତାକୁ କୌଣସି ସ୍ଥିତିରେ ସ୍ବୀକାର କରିହେବନି। କୌଣସି ସ୍ଥିତିରେ ପ୍ରତ୍ୟେକଙ୍କୁ ଅନ୍ତର୍ଜାତୀୟ ମାନବୀୟ ନିଷ୍ପତ୍ତି ଓ ଆଇନର ପାଳନ କରିବା ଦରକାର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.